ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା କୁକୁଡ଼ା ଫାର୍ମ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଗୋଳିହା ଆର ଆଇ ଅଧିନ ଗୋସେଇଁପାଟଣା ଗ୍ରାମରେ ଘଟି ଯାଇଛି ଆକସ୍ମିକ ଅଗ୍ନିକାଣ୍ଡ । ଯେଉଁଥିରେ ହଜାର ହଜାର କୁକୁଡ଼ାଙ୍କର ମୃତ୍ୟୁ ହୋଇଛି । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗ୍ରାମର ଭାସ୍କର ସାହୁ ଆଜକୁ ପ୍ରାୟ ୧୨ ବର୍ଷରୁ ଉର୍ଦ୍ଧ୍ବ ହେବ କୁକୁଡ଼ା ଫାର୍ମଟିଏ କରି ନିଜର ଜୀବିକା ନିର୍ବାହ କରି ଆସୁଥିଲେ । ଗତକାଲି ରାତି ପ୍ରାୟ ଘ୧.୩୦ ମି. ସମୟରେ ଫାଙ୍କା ଜାଗାରେ ଥିବା ଫାର୍ମଟି କୌଣସି କାରଣରୁ ହଠାତ୍ ଜଳି ଉଠିଥିଲା । ଏହାଦେଖି ସ୍ଥାନୀୟ ଲୋକେ ଶ୍ରୀ ସାହୁଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପାଖପଡୋଶୀ ଲୋକ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ଖବରପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ବ କୁକୁଡ଼ା ପୋଡି ମରିଯାଇଥିବା ଶ୍ରୀ ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନଥିଲେ ମଧ୍ୟ ଆକ୍ରୋଷ ମୂଳକ ଭାବେ କେହି ନିଆଁ ଲଗାଇ ଦେଇଥିବାର ଅନୁମାନ କରାଯାଇଛି । ପ୍ରକାଶ ଥାଉକି ସବୁଦିନ ପରି ଶ୍ରୀ ସାହୁ ଘଟଣା ସମୟରେ ଫାର୍ମ ମଧ୍ୟରେ ନଥିଲେ । ଫାର୍ମକୁ ଦାନା ଓ କୁକୁଡ଼ା ଚିଆଁ ଯୋଗାଉଥିବା କମ୍ପାନୀ ଖବରପାଇ ଘଟଣା ସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ଆର ଆଇ ଙ୍କ ତଦନ୍ତ ପରେ ପ୍ରକୃତ କ୍ଷୟକ୍ଷତିର ପରିମାଣ ଜଣାପଡିବ ବୋଲି ଆଶା କରାଯାଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.