ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 ପୁରୀ, (ନାଗରାଜ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଆସି ନବ ନିର୍ମିତ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ କୁ ଉଦଘାଟନ କରିଛନ୍ତି । ଅପରାହ୍ନ 5 ଟା ମୁଖ୍ୟମନ୍ତ୍ରୀ ପୁରୀ ସଦର ବ୍ଳକ ବାଳିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ପହଂଚି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲାର ସମସ୍ତ ବିଧାୟକ , ଏମି ଯୋଗ ଦେଇଥିଲେ । ସେହିପରି ଭିଡିଓ କନ୍ଫରେନସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡ ଭିୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ଅବସର ଛାତ୍ରଛାତ୍ରୀ ଙ୍କ ସହ ମୁଖ୍ୟମନ୍ତ୍ରୀ କଥାବାର୍ତା ହୋଇ ତାଙ୍କର ଅନୁଭୁତି ଶୁଣିଥିଲେ । ଡକ୍ଟର ହେବା ପରେ ଲୋକ ଙ୍କ ସେବାରେ ଲାଗିବାକୁ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ସେହିପରି ଓଡିଶା ସରକାରଙ୍କ ସରକାରୀ ବିଦ୍ୟାଳୟ ରେ ପଡ଼ୁଥିବା ଛାତ୍ରଛାତ୍ରୀ ଙ୍କୁ ସରକାରୀ ମେଡ଼ିକାଲ କଲେଜ 15 ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave a Reply

Your email address will not be published.