ପାନୀୟ ଜଳର ସୁବିଧା ନଥିବା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଅଙ୍ଗନବାଡ଼ିକେନ୍ଦ୍ରର ଶିଶୁ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଅନ୍ତର୍ଗତ ଗଇଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ନଳକୂପଟିଏ ଖନନ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି । ସୂଚନା ଅନୁସାରେ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗ୍ରାମରୁ ପ୍ରାୟ ଦୁଇ କିମି ଦୂରରେ ଅବସ୍ଥିତ । କେନ୍ଦ୍ର ପାନୀୟ ଜଳ ସୁବିଧା ନଥିବାରୁ ପିଲାଙ୍କ ଭୋଜନ ପ୍ରସ୍ତୁତ କରିବା ପାଇଁ ପାନୀୟଜଳ ପ୍ରାୟ ଦୁଇ କି.ମି. ଦୂରରେ ଥିବା ଗ୍ରାମର ନଳକୂପ ଉପରେ ନିର୍ଭର କରିଥାନ୍ତି । ଯାହାଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିଇବା ପାଣି ପାଇଁ ଅଙ୍ଗନବାଡ଼ି କେନ୍ଦ୍ରର କୋମଳମତି ଶିଶୁମାନେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି । ବାରମ୍ବାର ନଳକୂପ ଖନନ ପାଇଁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅନ୍ୟପକ୍ଷରେ କେନ୍ଦ୍ରରେ ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରାୟ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଲୁହାଗେଟ ଲେଖାଯାଇନ ଥିବାରୁ କେନ୍ଦ୍ରଟି ଅସୁରକ୍ଷିତ ଓ ମଦ୍ୟପ ମାନଙ୍କ ଆଡ୍ଡାସ୍ଥଳୀ ପାଳଟିଛି ବୋଲି ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଇ ନଳକୂପ ଖନନ କରିବା ସହ ଲୁହାଗେଟ ଲଗାଇବାକୁ ଦାବୀ ହେଉଛି ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ 

Leave a Reply

Your email address will not be published.