ଶୋଚନୀୟ ହୋଇପଡିଛି ରାସ୍ତାର ଅବସ୍ଥା, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

ବାଲେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟ ସରକାର ରାସ୍ତା ନିର୍ମାଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ ହେବାର ନାଁ ନେଉନି । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ତୋରାଣିପଦା ଛକଠାରୁ ପଳସା ଦେଇ ଡୁଙ୍ଗୁରା ସ୍ପର୍ଶ କରିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ବାବଦରେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ମଧ୍ୟ ହୋଇଥିଲା । ତଥାପି ଏଠି ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ଦୈନିକ ଶହଶହ ଲୋକ ଏହି ରାସ୍ତାରେ ବ୍ଲକ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି । ଗାଡି ମୋଟର ଏପରିକି ଭାରି ଯାନ ମଧ୍ୟ ଯାତାୟତ କରିଥାଏ । ଆମ୍ବୁଲାନ୍ସ, ଦମକଳ ଓ ରନ୍ଧନ ଗ୍ୟାସ ଭଳି ଜରୁରୀକାଳୀନ ସେବା ପ୍ରଦାନରେ ବାଧକ ସାଜିଛି ଏହି ରାସ୍ତା ।

ଏ ହେଉଛି ସେହି ରାସ୍ତାରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ଗ୍ରାହକ ସେବାକେନ୍ଦ୍ରର ଦୃଶ୍ୟ । ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ପଥଚାରୀ । ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଓ ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ରାସ୍ତା ଉପରେ ସମସ୍ତିଙ୍କ ଦୃଷ୍ଟି ପଡିଥିଲେ ମଧ୍ୟ ମରାମତି ଦିଗରେ କେହି କେବେ ଚିନ୍ତା କରିନାହାଁନ୍ତି । ବାରମ୍ବାର ବିଭାଗୀୟ ପ୍ରଶାସନ, ନେତା, ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିତିପ୍ରକାଶ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାର କହିଛନ୍ତି ଅଞ୍ଚଳବାସୀ । ତଥାପି ଆଜି ଯାଏ କୈାଣସି ଫଳାଫଳ ମିଳିନାହିଁ । ଯଦି ଆଗାମୀ ଦିନରେ ରାସ୍ତା ମରାମତି ନ ହୁଏ ତେବେ ରାସ୍ତାରୋକ ଭଳି ପଦକ୍ଷେପ ନେବାକୁ ପଛେଇବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ପଥଚାରୀ ।

Leave a Reply

Your email address will not be published.