ଡ୍ରିମ ଟିମ ଫାଉଣ୍ଡେସନର ଷଷ୍ଠ ଉତ୍ସାହ ୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ନାଗରାଜ ନ୍ୟୁଜ ): ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ଦିବସ ଉପଲକ୍ଷେ ଡ୍ରିମ ଟିମ ଫାଉଣ୍ଡେସନର ଷଷ୍ଠ ଉତ୍ସାହ ୨୦୨୧ କାର୍ଯ୍ୟକ୍ରମ ସିଭିଲଟାଉନସିପ ପାଣିଗ୍ରାହୀ କମ୍ପ୍ଲେକ୍ସଠାରେ ପାଳିତ ହୋଇଯାଇଛି । ଡ୍ରିମ ଟିମର ଅଧ୍ୟକ୍ଷ ଅମୀୟ ଦାସ ଓ ଟ୍ରଷ୍ଟି ପଦ୍ମିନୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ତଥା ଆଖପାଖରେ ଥିବା ଦିବ୍ୟାଙ୍ଗଙ୍କ ଉଦ୍ଦିଷ୍ଟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିଶୁ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ରଚନା, ଚିତ୍ରାଙ୍କନ, ମ୍ୟୁଜିକ ଚେୟାର, ବାସ୍କେଟବଲ, ଥ୍ରୋ ବଲ, ଦଉଡି ଡିଆଁ ଓ ଏଭଳି ଅନେକ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଲାଠିକଟାର ଡ୍ରିମ ନିୟୁ ସ୍କୁଲ, ରାଧାକୃଷ୍ନ ଦୃଷ୍ଟିହୀନ ବିଦ୍ୟାଳୟ, ସେକ୍ଟର ୧୬ ଶ୍ରଦ୍ଧା, ସେକ୍ଟର ୭ ରାଉରକେଲା ସ୍କୁଲ ଅଫ ଡିଫ ଓ ଛେଣ୍ଡର ଆଶାଦୀପର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ ।

ଅନିଲ ମଲ୍ଲିକ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଡା. କିଶୋରୀ ଦାଶ, ଡା. ସଂଜୟ ବଂଶଲ, ଆଇଆଇପିଏମର ନିର୍ଦ୍ଦେଶକ ଡା. ସୁଦୀପ୍ତ ଘୋଷ, ସମାଜସେବୀ ଆଫ୍ରୋଜ ଅହମ୍ମଦ ଓ ଲକି ଠକରାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅଜୟ ପ୍ରଧାନ, ମହେନ୍ଦ୍ର ମହାନ୍ତି, ସୁଦୀପ୍ତ ଜେନା, ଆଦିତ୍ୟ ବେହେରା, ମୀନତି ବାରିକ, ଲିଜିନା ନାୟକ, ସ୍ୱାତୀ ସାମଲ ଓ ସନ୍ତୋଷ ସହାୟ ପ୍ରମୁଖ ସହଯୋଗ କରିଥିବା ବେଳେ ବିକାଶ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.