ଭୂଜାଲିରେ ହାଣି ଝିଅକୁ ହତ୍ୟା କଲା ବାପା

ସମ୍ବଲପୁର: ଜନ୍ମ କଲା ବାପାର ଉନ୍ମୁକ୍ତ କାଣ୍ଡ । ଭୂଜାଲିରେ ହାଣି ଝିଅକୁ ହତ୍ୟା କରିଛି ବାପା । ଏଭଳି ଲୋମଟାଙ୍କୁରା ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନସ୍ଥ କିନାବଗା ପଞ୍ଚାୟତର ଯୋୖତୁକବାହାଲ‌ ଗ୍ରାମରେ । ଖବର ଅନୁସାରେ ଉକ୍ତ ଗ୍ରାମର ଶୁକ୍ରୁ ଓରାମ କୈାଣସି କାରଣ ଯୋଗୁ ଉତକ୍ଷିପ୍ତ ହୋଇ ନିଜର ଜନ୍ମକଲା ୪ ଝିଅକୁ ଭୂଜାଲିରେ ହାଣିବାରୁ ଜଣେ ୪ ବର୍ଷ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ବାକି ୩ ଜଣ ଝିଅ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ। ସ୍ବାମୀର ଏଭଳି ଉଗ୍ରରୂପ ଦେଖି ସ୍ବାମିକୁ ଅଟକାଇ ବାକୁ ଯାଇ ସ୍ତ୍ରୀ ମଧ୍ୟ ସ୍ବାମି ଭୁଜାଲିର ଶିକାର ହୋଇଥିଲା । ଏହାପରେ ଅଭିଯୁକ୍ତ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଖବରପାଇ ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ ରଣା ଗଡପୋଷ ଫାଣ୍ଡି ଅଧିକାରୀ ଦେବରାଜ ଦଳବେହେରା, କୁଚିଣ୍ଡା ଏସଡିପିଓ କିଶୋର ମିଶ୍ର ସମ୍ବଲପୁର ଏସପି ଏବଂ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାମରା ଡାକ୍ତରଖାନାକୁ ପଠାଇ ଦେଇଥିଲେ । ତତକ୍ଷଣି ଗୁରୁତର ମାଆ ଏବଂ ୩ଝିଅକୁ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି । ଅନ୍ୟପକ୍ଷେ ଅଭିଯୁକ୍ତ ଶୁକୃ ଓରାମ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ପ୍ରଥମେ ସୁନ୍ଦରଗଡ଼ ଏବଂ ପରେ ବୁର୍ଲା ଡ଼ାକ୍ତରଖାନାକୁ ନିଆଯାଇଛି । କେଉଁ କାରଣରୁ ଶୁକୃ ଓରାମ‌ ଏପରି ଜଘନ୍ୟ କାଣ୍ଡ କଲା ତାହା ବର୍ତ୍ତମାନ ଶୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ସୁନ୍ଦରଗଡ଼ ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.