ଗଁଦିଆ ପଞ୍ଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ପଞ୍ଚାୟତ ସମିତି ପ୍ରଥମ ବୈଠକ ଚଳିତ ବର୍ଷ ନବନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଅଛି, ଏଥିରେ ମୂଖ୍ୟତଃ ସରକାରୀ ଯୋଜନା ଗୁଡିକର କିପରି ସଫଳ ରୂପାୟନ ହୋଇପାରିବ ତାହା ଉପରେ ମୁଖ୍ୟତଃ ଗୁରୁତ୍ୱ ଆରୋପ କରାଯାଇଥିବାର ଦେଖିବାକୁ ମିଳିଥିଲା ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚନା ପୁହାନ ବ୍ଲକ ଉପାଧ୍ୟକ୍ଷା ମମତା ସାମଲ ପ୍ରମୁଖ ଉପସ୍ଥିତ ରହି ଥିଲେ ବ୍ଲକ ଅଧ୍ୟକ୍ଷା ରିନାରାଣୀ ଖଟୁଆ ଙ୍କର ସଭାପତିତ୍ୱରେ ଉକ୍ତ ବୈଠକରେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ଉପସ୍ଥିତି ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ସରପଞ୍ଚ ସମିତି ସଭ୍ୟ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରିଥିଲେ ଆଲୋଚନାରେ ଅଂଶଗ୍ରହଣ କରି ବିଧାୟକ ଶ୍ରୀ ସାମଲ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ କାରୀ ଯୋଜନା ଗୁଡିକର ସଫଳ ରୂପାୟନ କିପରି ହେବା ସହିତ ପ୍ରାକ୍ତତ ହିତାଧିକାରୀ ମାନେ ଏହାର ଲାଭ ପାଇପାରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଜନପ୍ରତିନିଧି ଓ ପ୍ରଶାସନମଧ୍ୟରେ ସମନ୍ୱୟ ନିହାତି ଆବଶ୍ୟକ ବୋଲି ସେ କହିଥିଲେ ଅନ୍ୟତମ ଅତିଥି ଶ୍ରୀମତୀ ପୁହାନ କିପରି ଆଗାମୀ ଦିନରେ ଆମ ଜିଲ୍ଲା କୁ ସମଗ୍ର ରାଜ୍ୟରେ ପ୍ରତିକ୍ଷେତ୍ରରେ ଏକ ନମ୍ବର ଭାବରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ଉପାଧ୍ୟକ୍ଷା ଶ୍ରୀମତୀ ସାମଲ ସମସ୍ତେ ମିଳିମିଶି ଏକ ମନ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ .

ପୋରୁହଖୋଜ ସରପଞ୍ଚ ରତିକାନ୍ତ ସାହୁ ଉକ୍ତ ବ୍ଲକରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ଓ ତତ ସହିତ୩ବର୍ଷ ହେଲା ବନ୍ଦ ଥିବା ରାଧାକୃଷ୍ଣ ଏମ ଇ ବିଦ୍ୟାଳୟ କୁ ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ ସମିତି ସଭ୍ୟ ବଳରାମ ପରିଡା ଗଁଦିଆ କୁ ବିଜ୍ଞାପିତ ଅଂଚଳ ପରିଷଦରେ ପରିଣତ କରିବା ଓ ରେଜେଷ୍ଟ୍ରି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ସରପଞ୍ଚ ମାନ ରଞ୍ଜନ ମହାନ୍ତି ଶବ ବ୍ୟବଚ୍ଛେଦ କେନ୍ଦ୍ର କାର୍ଯ୍ୟକ୍ଷମ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ ସମିତି ସଭ୍ୟ ପ୍ରତ୍ୟୁଷହରି ପ୍ରଧାନ ନିଜର ମତ ବ୍ୟକ୍ତ କରିତ୍ରିସ୍ତରୀୟପଞ୍ଚାୟତବ୍ୟବସ୍ଥାରେ ବ୍ଲକ ଓ ପଞ୍ଚାୟତ କ୍ଷେତ୍ରରେ ସମିତି ସଭ୍ୟ ମାନଂକର ଭୂମିକା ଓ କାର୍ଯ୍ୟଦକ୍ଷତା କଣ ରହିବା ଦରକାର ବୋଲି ଲିଖିତ ଭାବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ପରିଶେଷରେ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରଥମେପଞ୍ଚାୟତ ସମିତି ପକ୍ଷରୁ ଗଠନ ହେବାକୁ ଥିବା୭ଗୋଟି ସବ କମିଟି କୁ ସହମତି ଭିତ୍ତିରେ ଗଠନ ନିମନ୍ତେ ଅଧକ୍ଷା ଙ୍କୁ ଅବଗତ କରିଥିଲେ ସେହିପରି ଅନେକ ସମୟରେ ପ୍ରଶାସନ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ମଧ୍ୟରେ ସମନ୍ୱୟ ନରହିବା ଫଳରେ ଅନେକ ସମୟରେ ସରକାରଙ୍କଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ର ସଫଳ ରୂପାୟନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଉଛି ସେଥି ନିମନ୍ତେ ପ୍ରତ୍ୟକ ବିଭାଗର ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ମିଳିତ ବୈଠକଉପରେ ଗୁରୁତ୍ୱ ଆରୋପ କରିଥିଲେ ପରିଶେଷରେ ବ୍ଲକର କର୍ମଚାରୀ ଅନ୍ତର୍ଯ୍ୟାମୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.