ଥମୁନି ମହାନଦୀର ବନ୍ୟାଜଳ, ଗ୍ରାମବାସୀ ଭୟଭୀତ, ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ

ବାଙ୍କୀ, (ନାଗରାଜ ନ୍ୟୁଜ): ଥମୁନି ମହାନଦୀର ବନ୍ୟାଜଳ । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆସିବା ଫଳରେ ବାଙ୍କୀ ଘୋଡ଼ାବାର ନିକଟ ହୁଳୁହୁଳା ପୋଲଉପରୁ ଗତକାଲି ବନ୍ୟା ଜଳ କମିଥିବାବେଳେ ପୁଣି ଆଜି ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପରେ ୨ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଯାତାୟାତ ସମ୍ପୂର୍ଣ୍ଣ ରୂବେ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ତଲବସ୍ତ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଇଛନ୍ତି ।

କମ ପାଣି ପ୍ରବାହିତ ହେବା ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପ୍ରଶାସନ ଦୃଷ୍ଟି ରଖିଛନ୍ତି । ଯଦି ଅଧିକ ପାଣି ପ୍ରବାହିତ ହୁଏ ଏହି ଦୁଇଟି ସ୍ଥାନରେ ତେବେ ଯଥାଶୀଘ୍ର ବୋଟ କିମ୍ବା ଡଙ୍ଗାର ବ୍ୟବସ୍ଥା କରାଯିବ ବୋଲି ଯାହା ସୂଚନା ରହିଛି । ତେବେ ଦେଖିବାର କଥା ଆଗକୁ ବନ୍ୟା ଜଳ କେତେ ବଢ଼ୁଛି ଆଉ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷେ ବନ୍ୟା ଜଳରେ ଚାଷ ଜମି ବୁଡି ରହିଥିବାରୁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି ବୋଲି ଚାଷୀଙ୍କ ଅଭିଯୋଗ କରିଛନ୍ତି । ଏନେଇ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published.