ଦାଣ୍ଡେଇବେରିଣୀ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦାଣ୍ଡେଇବେରିଣୀ ଠାକୁରପାଳ ଠାରେ ଆଜି ଚିତ୍ତରଞ୍ଜନ କଅଁର ଙ୍କ ପ୍ରୟାସ ରେ 73ତମ ବନ ମହୋତ୍ସବ ସପ୍ତାହ ପାଳନ ଓ ମାଗଣାରେ ଫଳ ଚାରା ବଣ୍ଟନ ଏବଂ ଦାନେଇବେରିଣୀ ପ୍ରାଥମିକ ବିଦ୍ୟାଳୟ ରେ ବନିକରଣ,ଏକ ନିଆରା ଢଙ୍ଗରେ ପାଳନ ହୋଉଛି, ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଧୀର କୁମାର ସାମଲ, ସନମାନିତ ଅତିଥି, ଅର୍ଚନା ପୁହାଣ, ରୀନାରାଣୀ ଖଟୁଆ, ସଦର ମୁନିସିପାଲିଟି ଉପାଧ୍ୟାକ୍ଷା ପ୍ରକାଶ କଅଁର, ବିଡ଼ିଓ ଆଶିଷ ରଞ୍ଜନ ସାହୁ, ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ ମାନେ ଯୋଗ ଦେଇଥିଲେ l 2000 ରୁ ଉର୍ଦ୍ଧ ଫଳ ଚାରା ବଣ୍ଟା ଯାଇଥିଲି, ଏହି ମହୋତ୍ସବରେ ବୃକ୍ଷ ରୋପଣ, ରକ୍ତ ଦାନ,ଏକ ମହାନ ପୁର୍ଣ୍ୟ କାମ ବୋଲି ଆଲୋଚନା ହୋଇଥିଲା ଏବଂ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ କହିଥିଲେ l ଚିତ୍ତରଞ୍ଜନ କଅଁର ଙ୍କ ର ଏହି ପ୍ରୟାସ କୁ ଅଂଚଳରୁ ପ୍ରଶଂସାର ସୁଅ ଛୁଟୁଛି l

Leave a Reply

Your email address will not be published.