ଗେଟ୍ ଡେଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଯୋଜନା ପଣ୍ଡ, ଅଣ ସେବାୟତକୁ ଧରିଲେ ପୋଲିସ

ପୁରୀ, (ନାଗରାଜ ନ୍ୟୁଜ): ଆଜି ପୁରୀ ଶ୍ରୀମନ୍ଦିରରେ କିଛି ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆଜି ୨୦୨୧ ମସିହାର ଶେଷ ଦିନ ଥିବାରୁ ଶ୍ରୀମନ୍ଦିର ୩ ଦିନ ବନ୍ଦ ନେଇ ଭକ୍ତଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଏକ ଅଣ ସେବାୟତ ପ୍ରବେଶ ନେଇ ପୋଲିସ ଆଉ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଶ୍ରୀମନ୍ଦିରରେ ଅଣ ସେବାୟତ ଦକ୍ଷିଣ ଦୁଆର ମା’ କାକୁଡିଖାଇ ଗେଟ୍ ବାଟରେ ଡ଼େଇଁକି ପଶିଥିବାରୁ ଶ୍ରୀମନ୍ଦିର ପୋଲିସ ତାଙ୍କୁ କାବୁ କରିଥିଲେ । ଏହି ସମୟରେ ଅଣସେବାୟତ ଜଣଙ୍କ ନିଜକୁ ସେବାୟତ ବୋଲି ପରିଚୟ ଦେଇଥିଲେ । ଶ୍ରୀମନ୍ଦିରର କିଛି ସେବାୟତ ସେହି ଉକ୍ତ ବ୍ୟକ୍ତି ଜଣଙ୍କୁ ମିଛ କହୁଛନ୍ତି ବୋଲି କହିଥିଲେ । ସେ ସେବାୟତ ନୁହଁନ୍ତି । ଜଣେ ନିଶାସକ୍ତ ବ୍ୟକ୍ତି ଯେକି, ଅଟୋ ଚାଳକଙ୍କ ଠାରୁ ଦାଦା ବଟି ଆଦାୟ କରେ ବୋଲି କହିଥିଲେ । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଥାନାରେ ଜିମା ଦେଇଛନ୍ତି ।

Leave a Reply

Your email address will not be published.