ଭଜନ କୀର୍ତ୍ତନରେ ମୁଖରିତ ହେଉଛି ପତିରାଜପୁର ମେଳନ ପଡ଼ିଆ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ପତିରାଜପୁର ମେଳନ ପଡ଼ିଆ ପରିସର ଭଜନ କୀର୍ତ୍ତନରେ ହେଉଛି ମୁଖରିତ । ଦୈନିକ ବିଭିନ୍ନ ଭଜନ ପ୍ରେମୀ ଭକ୍ତ ମାନଙ୍କ ହୋଇଥାଏ ମେଳ । ଦୈନିକ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟାରୁ ଉର୍ଦ୍ଧ୍ଵ ଚାଲିଥାଏ ଭଜନ କାର୍ଯ୍ୟକ୍ରମ । ସାରା ବର୍ଷ ଭଜନ ମାଧ୍ୟମରେ ଠାକୁରଙ୍କ ନାମ କୀର୍ତ୍ତନ ଗାନ କରିବା ଦ୍ୱାରା ଭକ୍ତମାନେ ପାଉଛନ୍ତି ଶାନ୍ତି । ଠାକୁରଙ୍କ ନାମ ନେବାପାଇଁ ବ୍ୟାକୁଳିତ ଭକ୍ତମାନେ ସମସ୍ତ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ହୋଇଥାନ୍ତି ଏକତ୍ରିତ । ମଳୟ କୁମାର ଦାସଙ୍କ ଉଦ୍ୟମ ଯଥାର୍ଥରେ ସ୍ୱାଗତଯୋଗ୍ୟ । ଏଥିର ଭରତ ପାତ୍ର, ଈଶ୍ୱର ଚନ୍ଦ୍ର ରାଉତ, ରତ୍ନାକର ସାହୁ, ପ୍ରଦୀପ ପାତ୍ର, କୈଳାସ ଚନ୍ଦ୍ର ବାରିକ, ହଳଧର ପାତ୍ର, ମଧୁସୂଦନ ସେଠୀ, ରଞ୍ଜନ ଦାସ ଓ ସ୍ୱତ୍ତ୍ୱାଧିକାରୀ ପ୍ରଫୁଲ୍ଲ ପ୍ରଚେଷ୍ଟାରେ ଦୈନିକ ଭକ୍ତଙ୍କ ଭଜନ କୀର୍ତ୍ତନରେ ପ୍ରାୟ ୩୦୦ ବର୍ଷର ମେଳନ ପଡିଆଟି ମୁଖରିତ ହୋଇଥାଏ ।

Leave a Reply

Your email address will not be published.