ସାମ୍ବାଦିକଙ୍କ ବନ୍ଧୁ ସାଜିଲେ ଭାରତ ମସଲା ଓ ଅଦୈତ ଫାଉଣ୍ଡେସନ

ଭୂବନେଶ୍ବର: ସାମ୍ବାଦିକଙ୍କୁ ସହାୟତା ଯୋଗାଇ ବିପଦର ବନ୍ଧୁ ସାଜିଲା ଭାରତ ମସଲା ଓ ଅଦୈତ ଫାଉଣ୍ଡେସନ । କରୋନା ଯୋଦ୍ଧା କୁହାଯାଉଥିବା ସାମ୍ବାଦିକଙ୍କୁ ସହାୟତାର ହାତ ବଢାଇଛି ଭାରତ ମସଲା ଓ ଅଦୈତ ଫାଉଣ୍ଡେସନ । ବାରଙ୍ଗ ଅଞ୍ଚଳର କର୍ତ୍ତବ୍ଯରତ ୩୫ ଜଣ ସାମ୍ବାଦିକଙ୍କୁ ପାଖରେ ପହଁଚାଇଛନ୍ତି ଆବଶ୍ୟକିୟ ସାମଗ୍ରୀ। କରୋନା ମହାମାରୀର ବିଷମ ସମୟରେ ସାମ୍ବାଦିକ ମାନଙ୍କୁ ସହାୟତା ଯୋଗାଇ ବିପଦର ବନ୍ଧୁ ସାଜିଛନ୍ତି ଭାରତ ମସଲା ଓ ଅଦୈତ ଫାଉଣ୍ଡେସନ । ଅଦୈତ ଫାଉଣ୍ଡେସନର ପ୍ରତିଷ୍ଠାତା ନଳିନୀ କୁମାର ରାୟ ଓ ସଭାପତି ତାପସ କୁମାର ଦ୍ଵିବେଦୀ ବାରଙ୍ଗ ପ୍ରେସ କ୍ଲବକୁ ଯାଇ ସଭାପତି ଲିଙ୍ଗରାଜ ରାଉତ ଓ ସମ୍ପାଦକ ରୁଦ୍ର ନାରାୟଣ ଷଡ଼ଙ୍ଗୀଙ୍କ ସମେତ ସଦସ୍ୟଙ୍କ ଉପସ୍ଥିତିରେ ସାମଗ୍ରୀ ବଣ୍ଟନ କରି ଭାରତ ମସଲାର ଡାଇରେକ୍ଟର ସୁଶାନ୍ତ ପଣ୍ଡାଙ୍କୁ ଅବଦାନର ସାଧୁବାଦ ଜଣାଇଥିଲେ । ସମ୍ବାଦିକ ମାନଙ୍କ ତରଫରୁ ସଭାପତି ଲିଙ୍ଗରାଜ ରାଉତଙ୍କୁ ଧନ୍ଯବାଦ ଜଣାଇଥିଲେ

 

Leave a Reply

Your email address will not be published.