ସାଂସଦଙ୍କ ପ୍ରତିନିଧି ହେଲେ ଜୟନ୍ତ କୁମାର ଏବଂ ରଞ୍ଜନ କୁମାର

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ଓ ସିମୁଳିଆ ବ୍ଲକ ପାଇଁ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ(ବିଜେଡି) ପ୍ରତିନିଧି ନିଯୁକ୍ତି କରିଛନ୍ତି । ତା ୦୭/୪/୨୨ରିଖରେ ଚିଠି ନମ୍ବର ୬୦/ଏମପି/ଏନଡି/୨୨(୧) ମୂଳେ ଖଇରା ବ୍ଲକ ନିମନ୍ତେ ଜୟନ୍ତ କୁମାର ରାଉତ ଏବଂ ଚିଠି ନମ୍ବର ୫୯/ଏମପି/ଏନଡି/୨୨(୧) ମୂଳେ ସିମୁଳିଆ ବ୍ଲକ ପାଇଁ ରଞ୍ଜନ କୁମାର ବେହେରାଙ୍କ ନାମ ସାଂସଦ ଶ୍ରୀମତୀ ମଣ୍ଡଳ ବାଲେଶ୍ବର ଜିଲ୍ଲାପାଳଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଉଭୟ ବ୍ଲକ ବିଡିଓଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ଶ୍ରୀମତୀ ମଣ୍ଡଳଙ୍କ ଅନୁପସ୍ଥିତିରେ ପଞ୍ଚାୟତ ସମିତିର ସମସ୍ତ ବୈଠକରେ ଶ୍ରୀ ରାଉତ ଏବଂ ଶ୍ରୀ ବେହେରା ଯୋଗଦେଇ ପାରିବେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ସାଂସଦ ଶ୍ରୀମତୀ ମଣ୍ଡଳ । ପ୍ରତିନିଧି ଭାବେ ନିଯୁକ୍ତି ପାଇବା ପରେ ଉଭୟ ବ୍ଲକର ପ୍ରତିନିଧି ଶ୍ରୀ ରାଉତ ଏବଂ ଶ୍ରୀ ବେହେରା ସାଂସଦ ଶ୍ରୀମତୀ ମଣ୍ଡଳ ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଜେଡ଼ି ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଶ୍ରୀ ରାଉତ ଏବଂ ଶ୍ରୀ ବେହେରା ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ 

Leave a Reply

Your email address will not be published.