ସରିଲା ନାଏବ ସରପଞ୍ଚ ନିର୍ବାଚନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ନାଏବ ସରପଞ୍ଚ ନିର୍ବାଚନ ଶେଷ ହୋଇଛି । ଗତ ୧୦ ତାରିଖରେ ନିର୍ବାଚିତ ସରପଞ୍ଚ ମାନେ ମଧ୍ୟ ନିଜ ନିଜ ପଞ୍ଚାୟତରେ ଆସନ ଅଳଙ୍କୃତ କରିଥିଲେ । କିନ୍ତୁ ନାଏବ ସରପଞ୍ଚ ସମୟରେ ଜିଲ୍ଲାର କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ନଜରକୁ ଆସିନାହିଁ । ସରକାରଙ୍କ ନିର୍ବାଚନ ନିୟମ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସେଥିମଧ୍ୟରୁ ଶ୍ଯାମସୁନ୍ଦରପୁର ଗ୍ରାମ ପଞ୍ଚାୟତରେ ମୋଟ ୧୮ ଜଣ ୱାର୍ଡ ମେମ୍ବର ମାନଙ୍କୁ ନେଇ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିନ୍ତୁ କୌଣସି ଇଲେକ୍ସନ ନ ହୋଇ ସିଲେକ୍ସନ ମାଧ୍ୟମରେ ସୁରୁଖୁରୁରେ ସରପଞ୍ଚ ବନିତା ପ୍ରଧାନ କାର୍ଯ୍ୟ ଶେଷ କରିଥିଲେ । ପଞ୍ଚାୟତ ପରିସରରେ ଅନୁଷ୍ଠିତ ନାଏବ ସରପଞ୍ଚ ନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ଅଫିସର ସଞ୍ଜିତା ପାଲ୍ ଙ୍କୁ ନାଏବ ସରପଞ୍ଚ ଭାବେ ଘୋଷଣା କରିଥିଲେ । ସରପଞ୍ଚ ଶ୍ରୀମତୀ ପ୍ରଧାନ ଶ୍ରୀମତୀ ପାଲ୍ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ ଜଣାଇଥିଲେ । ଏଥିରେ ପଞ୍ଚାୟତବାସୀ ଖୁସି ଥିବାର ଜଣାଯାଇଛି । ସମସ୍ତଙ୍କ ମିଳିତ ସହଯୋଗରେ ପଞ୍ଚାୟତ କାର୍ଯ୍ୟ ଆଗକୁ ଆଗେଇ ନେବେ ବୋଲି ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସରପଞ୍ଚ ଶ୍ରୀମତୀ ବନିତା ପ୍ରଧାନ ପ୍ରକାଶ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.