ସିକେ ନାଇଡୁ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ

କଟକ, (ନାଗରାଜ ନ୍ୟୁଜ): ସିକେ ନାଇଡୁ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ । ୨୫ବର୍ଷରୁ କମ୍‌ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୨୨ ଜଣିଆ ଟିମ୍‌ ଆଜି ଓଡ଼ିଶା କ୍ରିକେଟ ସଂଘ ଘୋଷଣା କରିଛି । ଦଳରେ ରାଜେଶ ମହାନ୍ତିଙ୍କୁ ଦିଆଯାଇଛି ଅଧିନାୟକ ଭାର । ଏହାଛଡ଼ା ଗୌରବ ଚୌଧୁରୀ , ଦେବାଶିଷ ସାମନ୍ତରାୟ, ସୌରଭ କନୌଜିଆ ଓ ପ୍ରଶାନ୍ତ ରାଣାଙ୍କ ଭଳି ଅଭିଜ୍ଞ ଖେଳାଳି ଟିମ୍‌ରେ ସ୍ଥାନ ପାଇଛନ୍ତି ।

ଏହାଛଡା ଅନେକ ନୂଆ ମୁହଁକୁ ଦଳରେ ସ୍ଥାନ ଦେଇଛି ଓସିଏ । ସିକେ ନାଇଡୁ ଟ୍ରଫି ଖେଳିବାକୁ ଆସନ୍ତା ୧୭ ତାରିଖରେ ଟିମ୍‌ ଓଡ଼ିଶା ତ୍ରିଭେନ୍ଦ୍ରମ ଗସ୍ତ କରିବ । ମାର୍ଚ୍ଚ ୨୨ ତାରିଖରେ ଝାରଖଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଓଡ଼ିଶା । ଏହାପରେ ମଧ୍ୟପ୍ରଦେଶ ଓ ହାଇଦ୍ରାବାଦ ଦଳକୁ ଭେଟିବ ଟିମ୍‌ ଓଡିଶା । ଦୁଇଜଣ ୧୯ ବର୍ଷରୁ କମ୍‌ ବୟସର କ୍ରିକେଟର ଦଳରେ ସ୍ଥାନ ପାଇଛନ୍ତି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସିନିଅର ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ।ରଣଜୀ ସିଜିନରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ଆଗାମୀ ସିକେ ନାଇଡୁ ଟ୍ରଫିରେ ଓଡ଼ିଶା ଭଲ ପଦର୍ଶନ କରିବା ନେଇ ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।

Leave a Reply

Your email address will not be published.