ବୃଦ୍ଧଙ୍କୁ ଦଳିଦେଲା ବଣୁଆ ହାତୀ

କଟକ, (ନାଗରାଜ ନ୍ୟୁଜ ): କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ଏକ ବଣୁଆ ହାତୀ ଜଣେ ବୃଦ୍ଧଙ୍କୁ ଦଳି ମାରି ଦେଇଛି । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ସ୍ଥାନୀୟ ରାମରାଙ୍ଗ ଗ୍ରାମର ଭାଗବତ ବେହେରା । ହାତୀଟି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଅଞ୍ଚଳକୁ ପସି ଆସିଥିଲା । ତେବେ ବନ ବିଭାଗ କର୍ମଚାରୀ ହାତୀଟିକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗାଁରେ ହାତୀଟି ପଶି ଆସିଥିଲା । ସେଠାରେ ବୃଦ୍ଧ ଭାଗବତ ନିଜ ବାଡ଼ି ବଗିଚାରେ କାମ କରୁଥିବା ବେଳେ ହଠାତ ହାତୀଟି ପାଚେରୀ ଡେଇଁ ପସି ଆସିଥିଲା । ଭାଗବତ ହାତୀ ଆଗରେ ପଡିଯାଇଥିବାରୁ ହାତୀଟି ତାଙ୍କୁ ଦଳି ଦେଇଥିବାର ସୂଚନା ମିଳିଛି । ହାତୀଟିକୁ ଏବେ କଟକ ବନ ବିଭାଗ ଓ କେନ୍ଦ୍ରାପଡ଼ା ବନ ବିଭାଗର କର୍ମଚାରୀ ଘଉଡାଇ ପୁନଃ ଜଙ୍ଗଲକୁ ନେବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published.