ଅନୁଷ୍ଠିତ ହେଲା ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପାଠଶାଳା

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଗୋବଦାତେଘାରି ପଞ୍ଚାୟତ ଦକ୍ଷିଣ ଦେଘାରି ନୋଡାଲ ବିଦ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ରାଜଶ୍ରୀ କମିଳାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜନସେବା କେନ୍ଦ୍ର(CSC)ର ରାଜ୍ୟ ପରିଚାଳକ ଜିତେନ୍ଦ୍ର କୁମାର ରାଉତ, ସ୍ଥାନୀୟ କୃଷି ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜନସେବା କେନ୍ଦ୍ରର ଜିଲ୍ଲା ମୁଖ୍ୟ ଅରୂପ କୁମାର ମହାପାତ୍ର ଓ ଦେବେନ୍ଦ୍ର ପ୍ରସାଦ ମହାନ୍ତି, ଜନସେବା କେନ୍ଦ୍ରର ଜିଲ୍ଲା ଉପସଭାପତି ଧନଞ୍ଜୟ ପଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଫସଲବୀମା ଯୋଜନା ଉପରେ ଆଲୋଚନା କରିଥିଲେ । ଏଥିରେ ୧୦୦ରୁ ଉର୍ଦ୍ଧ୍ବ କୃଷକ ଯୋଗ ଦେଲେଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ବିଦ୍ଯାଧର ରାଉଳ, ହରିଗୋପାଳ ଦାସ, ସମ୍ପାଦକ ଉତ୍ତମ କୁମାର ସାମଲ ଯୋଗଦେଲେ ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.