ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ରଜ ଉତ୍ସବ ପାଳିତ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଗତ କାଲି ସନ୍ଧ୍ୟା ରେ ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ରଜ ଉତ୍ସବ ୨୦୨୨ମହା ସମାରୋହରେ ସ୍ଥାନୀୟ ବିଡିଏ କଲୋନୀ ସ୍ଥିତ ଓଡିଏମ୍ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ପରିଷଦ ର ମହିଳା ସଦସ୍ୟା ମାନଙ୍କ ମଧ୍ୟରେ ରଜ ପୋଡ଼ ପିଠା ଏବଂ ରଜ ପାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହା ପରେ ସଦସ୍ୟ ସଦସ୍ୟା ମାନେ ଶ୍ରୀ ଜଗନ୍ନାଥ ଦାସ କୃତ ଓଡ଼ିଆ ଶ୍ରୀମଦ୍ ଭାଗବତ ପଠନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଚାରିକା ଭାବେ ଆଜି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ସଦସ୍ୟା ଶ୍ରୀମତୀ ପ୍ରଭାତ ନଳିନୀ ପଟ୍ଟନାୟକ ଏବଂ ଶ୍ରୀମତୀ ଗୀତାଞ୍ଜଳି ପାତ୍ର ପ୍ରତିଯୋଗୀ ମାନଙ୍କର ପୋଡପିଠା,ପାନ ଏବଂ ଭାଗବତ ପଠନ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ। ପୋଡପିଠା ତିଆରିରେ- ପ୍ରଥମ- ଶ୍ରୀମତୀ ବିନୋଦିନୀ ପାତ୍ର, ଦ୍ଵିତୀୟ- ଶ୍ରୀମତୀ ନିନାଦିନୀ ମହାନ୍ତି, ତୃତୀୟ- ଶ୍ରୀ‌ମତୀ ଅନିତା ମହାପାତ୍ର । ରଜ ପାନଭଙ୍ଗା ରେ:- ପ୍ରଥମ- ଶ୍ରୀମତୀ ଗାୟତ୍ରୀ ନାୟକ, ଦ୍ଵିତୀୟ- ଶ୍ରୀମତୀ ବିନୋଦିନୀ ପାତ୍ର, ତୃତୀୟ- ଶ୍ରୀମତୀ ଅପର୍ଣ୍ଣା ସ୍ଵାଇଁ । ଶ୍ରୀମଦ୍ ଭାଗବତ ପଠନରେ- ପ୍ରଥମ- ଶ୍ରୀମତୀ ଅପର୍ଣ୍ଣା ଦାସ, ଦ୍ଵିତୀୟ- ଶ୍ରୀମତୀ ନମିତା ଦାଶ, ତୃତୀୟ-୧) ଶ୍ରୀ ଉଦୟ ନାଥ ପତି,
୨) ଶ୍ରୀମତୀ ପୁଷ୍ପାଞ୍ଜଳି ମହାରଣା ସ୍ଥାନ ଗ୍ରହଣ କରିଥିଲେ।

ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ପରେ ପରେ ଅନୁଷ୍ଠିତ ରଜ ଉତ୍ସବ ବୈଠକଟି ଶାଖା ର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ କବୀ,ତଥା ସୁସାହିତ୍ୟିକା ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ର ପର୍ବ ପର୍ବାଣୀ ଓ ସମୃଦ୍ଧ ସଂସ୍କୃତି ସଂପର୍କରେ ବିଶଦ ଆଲୋଚନା କରିଥିଲେ। ପ୍ରାନ୍ତ ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା ଅନ୍ୟ ତମ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ର ବ୍ୟବହାର ଯୋଗୁ ପୃଥିବୀର କ୍ଷତି ସଂପର୍କରେ ବିଶଦ ଆଲୋଚନା କରିଥିଲେ ଏବଂ ଏହାର ବ୍ୟବହାର ନକରି ବାକୁ ପରାମର୍ଶ ଦେଇଥିଲେ। ପରିଷଦ ର ପଞ୍ଚସୂତ୍ର ମଧ୍ୟରେ ଥିବା ସେବା ଏବଂ ସହଯୋଗ ମାଧ୍ୟମରେ ଶାଖା କୁ ସେମାନଙ୍କ ଉଦଯୋଗ ପାଇଁ ଶ୍ରୀମତୀ ସଲମା ଟୁଡୁ ଏବଂ ଡଃ ସୁମିତା ବିଶ୍ୱାସ ଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଏବଂ ସ୍ମାରକୀ ପ୍ରଭୃତି ମୁଖ୍ୟ ଅତିଥି ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ ପ୍ରଦାନ କରିଥିଲେ। ମଞ୍ଚରେ ଶାଖାର ମହିଳା ସଦସ୍ୟା ମାନଙ୍କ ଦ୍ଵାରା ପାରମ୍ପରିକ ରଜ ଗୀତ ସମୂହ ଭାବେ ଗାୟନ କରାଯାଇଥିଲା ଯାହାକି ସମସ୍ତଙ୍କର ମନକୁ ଛୁଇଁ ଯାଇଥିଲା। ଶାଖାରେ ଜଣେ ନୂତନ ଭାବେ ଯୋଗଦେଇଥିବା ସଦସ୍ୟ ଶ୍ରୀ ଉଦୟ ନାଥ ପତି ଙ୍କୁ ପ୍ରାନ୍ତ ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା ସଦସ୍ୟତା ର ଶପଥ ପାଠ କରାଇଥିଲେ। ପ୍ରାନ୍ତ ପକ୍ଷରୁ ପ୍ରକାଶିତ ” ଭାରତ ବିକାଶ ପରିଷଦ ପରିଚୟ ” ବିଜ୍ଞପ୍ତି ପତ୍ର ଟି ମୁଖ୍ୟ ଅତିଥି ଏବଂ ଉପସ୍ଥିତ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ବିଚାର ନିର୍ଣ୍ଣୟ ପରେ ପୋଡପିଠା ଏବଂ ପାନ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମଟିକୁ ସଫଳ କରାଇବା ରେ ଶାଖା ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଶାଖା ଅର୍ଥ ସଚିବ ଶ୍ରୀ ଗୋପାଳ ଚନ୍ଦ୍ର ଦାସ ଙ୍କ ଅବଦାନ ଉଲ୍ଲେଖନୀୟ ଥିଲା।ଶାଖା ଉପାଧ୍ୟକ୍ଷ ଶ୍ରୀ ମୂରଲୀଧର ଦାସ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଟିକୁ ସଂଯୋଜନା ଓ ପରିଚାଳନା କରିଥିଲେ ଡ. ମନୋରଞ୍ଜନ ଦାସ। ପରମ୍ପରା ପ୍ରକାରେ ରେକାର୍ଯ୍ୟକ୍ରମର ଆରମ୍ଭରେ ବନ୍ଦେ ମାତରଂ ଗାନ କରାଯାଇଥିବା ବେଳେ ଉତ୍ସବ ଶେଷରେ ଜାତୀୟ ସଂଗୀତ ସମୂହ ଗାନ କରାଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଏକ ଭବ୍ୟ ତଥା ସରଳ ନୈଶ୍ୟ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published.