ଅନୁଷ୍ଠିତ ହେଲା ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଶିବିର

ଖଇରା,(ନାଗରାଜ ନ୍ୟୁଜ): ପୁରୀ ଚାରଣ ଗୋଷ୍ଠୀ ଦ୍ବାରା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପତିରାଜପୁର ଦୋଳ ମେଳନ କମିଟି ତରଫରୁ ଗୋଳିହା ପଞ୍ଚାୟତ ପରିସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷା ପୂର୍ବରୁ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଭକ୍ତ ଗୋବିନ୍ଦ ଚନ୍ଦ୍ର ବେହେରା ଓ ତରଣୀସେନ ଲେଙ୍କା ପ୍ରମୁଖଙ୍କ ଦ୍ବାରା ବିଷ୍ଣୁ ସହସ୍ର ନାମ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା । ପୁରୀ ଚାରଣ ଗୋଷ୍ଠୀ ତରଫରୁ ଆସିଥିବା ଭକ୍ତ ଗୋବିନ୍ଦ ଚନ୍ଦ୍ର ବେହେରା ଗୀତା, ହନୁମାନ ଚାଳିଶା ଓ ବିଷ୍ଣୁ ସହସ୍ର ନାମ ପାଠ କରିବାର ମହତ୍ତ୍ଵ ଉପରେ ସମସ୍ତଙ୍କୁ ସମ୍ଯକ ସୂଚନା ପ୍ରଦାନ କରିଥିଲେ । ପରେ ପରେ ପତିରାଜପୁର ଜ୍ଞାନ ସଂସ୍କୃତି କମିଟିର ସଂଯୋଜକ ରମଣୀ ରଞ୍ଜନ ନାୟକ, ସଭାପତି ରାମଚନ୍ଦ୍ର ପଣ୍ଡା, ସମ୍ପାଦକ ନିର୍ମଳ କୁମାର ପଣ୍ଡାଙ୍କ ଶିବିର ପରିଚାଳନାରେ ବିଭିନ୍ନ ସ୍ଥାନରୁ ଉମେଶ ଚନ୍ଦ୍ର ନାୟକ, ଜୟନ୍ତ ପାଣିଗ୍ରାହୀ, ପ୍ରହଲ୍ଲାଦ ବେହେରା, ବିଭୁତି ଭୂଷଣ ତ୍ରିପାଠୀ, କୈଳାସ ଚନ୍ଦ୍ର ସେଣ୍ଡ, ନଳିନୀପ୍ରଭା ପୃଷ୍ଟି, ମିନତୀ ସେଣ୍ଡ, ବିଜୟ କୁମାର ପାତ୍ର, ରାଜକିଶୋର, ଉମାକାନ୍ତ ଗିରି, ଶିବ ପ୍ରସାଦ ବଳ,ଶିବଶଙ୍କର ମହାନ୍ତି ଓ ଦେବେନ୍ଦ୍ର କୁମାର ରାଉତ ପ୍ରମୁଖ ଶିବିର ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ନାମର ମହିମା ବିଷୟରେ ଅଧିକ ଜ୍ଞାନ ଆହରଣ ନିମନ୍ତେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ଇଚ୍ଛୁକ ଜଗନ୍ନାଥ ପ୍ରେମୀମାନେ ଏହି ଶିବିରରେ ଯୋଗଦେଇ ପରୀକ୍ଷା ଦେଇଥିଲେ । ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଜଗନ୍ନାଥଙ୍କ ବିଷୟରେ ଅଧିକ ଜ୍ଞାନ ଆହରଣ ନିମନ୍ତେ ଏହି ଦ୍ବିତୀୟ ବାର୍ଷିକ ପରୀକ୍ଷା ସମସ୍ତଙ୍କ ମନ ହୃଦୟକୁ ପବିତ୍ର କରିବା ସଙ୍ଗେ ସଙ୍ଗେ ଅଧିକ କିଛି ଜାଣିବାର ଇଚ୍ଛା ଶକ୍ତିକୁ ବୃଦ୍ଧି କରିଥିବାରୁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରଛନ୍ତି । ଏ ଅଞ୍ଚଳରେ ଜଗନ୍ନାଥଙ୍କ ନାମ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଥିବା କମିଟି ଓ ଭକ୍ତ ମାନଙ୍କୁ ଚାରଣ ଗୋଷ୍ଠୀ ପୁରୀ ତରଫରୁ ଆସିଥିବା ସମସ୍ତ ପ୍ରମୁଖ ପଦାଧିକାରୀ ମାନଙ୍କୁ ମଧ୍ୟ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ପ୍ରଥମ ୫ ଜଣଙ୍କୁ ପରୁସ୍କୃତ କରାଯିବ ବୋଲି କମିଟି ଘୋଷଣା କରିଥିଲା । ଅପରାହ୍ନରେ ଯଜ୍ଞ, ଜଗନ୍ନାଥଙ୍କ ୧୦ ବେଶ ଓ ପ୍ରବଚକ ମାନଙ୍କ ଦ୍ବାରା ପ୍ରବଚନ ଆରମ୍ଭ ହେବ । ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ବହୁ ଜନସାଧାରଣଙ୍କ ସମାଗମ ହେବ ବୋଲି କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.