ଚୋରା ମାଟି ଚାଲାଣ ବଢୁଛି ମାଫିଆଙ୍କ ପ୍ରାଦୁର୍ଭାବ

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ବାସୁଦେବପୁରରେ ଚାଲିଛି ବେଧଡକ ଦିନ ଦିପହରରେ ଚୋରା ମାଟି ଚାଲାଣ । ସହ ସହ ଟ୍ରିପ ମାଟି ଯାଇ ଇଟା କାମରେ ଲାଗୁଛି । ପ୍ରଶାସନ ଓ ମାଫିଆଙ୍କ ଭିତରେ ଚାଲିଛି ମିଲିଭଗତ । ଦିନ ତମାମ ଜେସିବି ଓ ଟ୍ରାକ୍ଟର ଲଗାଇ ଚାଲିଛି ମାଟି ଚାଲାଣ । ମାହାଙ୍ଗା ତହସିଲଦାର ଓ ସ୍ଥାନୀୟ ଆରଆଇ ସବୁ ଦେଖି ନୀରବ ରହିବା ପଛରେ କାରଣ କଣ ? ମାଟି ମାଫିଆଙ୍କ ପ୍ରାଦୁର୍ଭାବ ଆଗରେ ପ୍ରଶାସନ ହାର ମାନୁଛି ଏଠି । ନା ଆଇନ କାନୁନ୍ କୁ ଅଛି ଖାତିର । ନା ପ୍ରଶାସନକୁ ଖାତିର । କାହା ଛତ୍ରଛାୟା ତଳେ ଏ ମାଟି ମାଫିଆ । ବାରମ୍ବାର ଅଭିଯୋଗ ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି । ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ ।

Leave a Reply

Your email address will not be published.