ପ୍ରାର୍ଥନା ସମୟରେ ଛାତ୍ରୀଙ୍କୁ ଉଠବସ କରାଇଲେ ଶିକ୍ଷକ; ୭ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର

ପାଟଣାଗଡ, (ନାଗରାଜ ନ୍ୟୁଜ): ପାଟଣାଗଡ ବ୍ଲକ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ ଆଜି ପ୍ରାର୍ଥନା ସମୟରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଛାତ୍ରୀମାନଙ୍କ କହିବା ଅନୁସାରେ, ଆଜି ସକାଳ ୭ଟା ସମୟରେ ସୁନାମୁଦି ସ୍ଥିତି ବାପୁଜି ହାଇସ୍କୁଲରେ ପ୍ରତିଦିନ ଭଳି ପ୍ରାର୍ଥନା ହେଉଥିଲା । କିନ୍ତୁ କିଛି ଛାତ୍ରୀ ପ୍ରାର୍ଥନା ସମୟରେ ବିଳମ୍ବ କରିଥିବାରୁ ଶିକ୍ଷକ ବିକାଶ ଧରୁଆ ଛାତ୍ରୀ ମାନଙ୍କୁ ରାଗି ଯାଇ କାନ ଧରି ଉଠବସ ହେବା ପାଇଁ କହିଥିଲେ । ପ୍ରାର୍ଥନା ସମୟରେ ୬୦ ଜଣ ଛାତ୍ରୀ ଉପସ୍ଥିତ ଥିବା ବେଳେ ୭ ଜଣ ଛାତ୍ରୀ ବିହୋସ ହୋଇ ତଳେ ପଡିଯାଇଥିଲେ । ସେମାନେ ବିଶେଶ୍ଵରୀ ମେହେର, ରାଖୀ କୁଅଁର, ପ୍ରିୟଙ୍କା ହନୁମାନ, ଗିତାଞ୍ଜଳି କାଲସାଏ, ଶ୍ରୀୟା ରଣା, ଶ୍ରୃତି ସାହୁ, ସୁନାଞ୍ଜଳି ଦାସ ବୋଲି ଜଣାପଡିଛି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇ ଚିକିତ୍ସିତ କରାଯାଇଥିବା ବେଳେ ୬ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ ଜଣେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାର ସିଡିଏମ୍‌ଓ ପିତବାସ ସା ସୂଚନା ଦେଇଛନ୍ତି । ବଲାଙ୍ଗିରକୁ ମିଟିଂ ପାଇଁ ଯାଇଥିବାରୁ ପ୍ରଧାନ ଶିକ୍ଷକ ହାଇସ୍କୁଲରେ ଅନୁପସ୍ଥିତ ଥିବା ଜଣାପଡିଛି ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.