ବୃକ୍ଷ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗୀର: ବଲାଙ୍ଗୀର ନେହେରୁ ଯୁବ କେନ୍ଦ୍ର ସଂଗଠନର ନିର୍ଦେଶ ଅନୁଯାଇ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ୍ ଗ୍ରାମର ଆଦିଶକ୍ତୀ ମାଁ ଦୁର୍ଗାଙ୍କ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ମହୋତ୍ସବ ପାଳନ କରାଯାଇଥିଲା । ଉକ୍ତ ମହୋତ୍ସଟି ଆଦର୍ଶ ସାଂସ୍କୃତିକ ସଙ୍ଘ ନାରେନର କର୍ମକର୍ତ୍ତା ଆୟୋଜନ କରିଥିଲେ ଓ ଟିଟିଲାଗଡ ବ୍ଲକର ଏନ୍ ୱାଇ କେର ଭଲେଣ୍ଟିୟର ସରୋଜ ପୂଝାରୀ ଓ କିରଣ ଭୋଇ ନେତୃତ୍ୱ ନେଇଥିଲେ ।

ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ତହସିଲଦାର ତଥା ଭାରପ୍ରାପ୍ତ ଉପ ଜିଲ୍ଲାପାଳ ପ୍ରେମଲାଲ ନିଆଲ, ସମ୍ମାନିତ ଅତିଥି ଟିଟିଲାଗଡ ବିଡିଓ ନବୀନ କୁମାର ନାଏକ,ମୁଖ୍ୟ ବକ୍ତା ବ୍ୟଙ୍ଗ କବି ଟିକେଲାଲ ବେହେରା, ଫରେଷ୍ଟ ରେଞ୍ଜ ଅଫିସର ଅମରିସ ବୁଡେକ ଓ ମାନଫୁଲ ଭୋଇ, ଟିଟିଲାଗଡ ଆଇଆଇସି ରଞ୍ଜନ ବରିହା, ଏଏସଆଇ ଖାଂମସିଙ୍ଗ ମାଝୀ, ଗୋଲକ ସିଂ ମାଝୀ, ସ୍ଥାନୀୟ ସମିତି ଟଙ୍କଧର ବଗର୍ତ୍ତୀ, ଜିଲ୍ଳା ଆଦିବାସୀ କଲ୍ୟାଣ ସଙ୍ଘର ଟିଟିଲାଗଡ ବ୍ଲକର ସମସ୍ତ କର୍ମକର୍ତ୍ତା, ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠିର ସମସ୍ତ ମହିଳା, ଆଦର୍ଶ ସାଂସ୍କୃତିକ ସଙ୍ଘର ଉପଦେଷ୍ଟା ଜଗବନ୍ଧୁ ଆଡ଼ଜୁଆଡ଼, ସ୍ୱାମୀ ବିବେକାନନ୍ଦ ସ୍ପୋର୍ଟ କ୍ଲବର ସମସ୍ତ ଖେଳାଳୀ ଓ ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ମହିଳା ଗଣ ବନ ମାହୋତ୍ସବରେ ଉପସ୍ଥିତ ରହି ଦୁର୍ଗା ମନ୍ଦିର ପରିସରରେ ନିଜ ସ୍ୱହସ୍ତ ବୃକ୍ଷ ରୋପଣ କରିଥିଲେ।

ଆୟୋଜନ କରୁଥିବା କ୍ଲବର ସଭାପତି ଥବିର ପୁଝାରୀ ମାହୋତ୍ସବ ଟି ପରିଚାଳନା କରିଥିଲେ ତା ସହିତ ପ୍ରାକୃତିକ ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ପଥ ପାର୍ଶ୍ୱବନୀ କରଣ, ଜଙ୍ଗଲ ପୋଡି ନିରାକରଣ, ଜୀବଜଗତ ସୁରକ୍ଷା ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ଅପରିହାର୍ଯ୍ୟ ଏବଂ ଏକମାତ୍ର ବିକଳ୍ପ ବୋଲି ବନ ମାହୋତ୍ସବ ରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଓ ଅତିଥି ମନେ ପ୍ରକାଶ କରି ଥିଲେ ଓ ରୋପଣ କରିଥିବା ଗଛ ଟିକୁ ଠିକ ଭାବରେ ଯତ୍ନ ନେବୁ ବୋଲି ଆଦର୍ଶ ସାଂସ୍କୃତିକ ସଂଘର କର୍ମକର୍ତ୍ତା ମାନେ ଶପଥ ନେଇଥିଲେ ।

Leave a Reply

Your email address will not be published.