ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କ ଅକାଳ ବିୟୋଗ

ବାଲେଶ୍ବର, (ନାଗରାଜ ନ୍ଯୁଜ): ପୂର୍ବତନ ଯୁବ କଂଗ୍ରେସ ନେତା ସଂଗ୍ରାମ କେଶରୀ ଜେନା(୪୪)ଙ୍କର ଅକାଳ ବିୟୋଗ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ୮୪ ଦିନ ଧରି ଚିକିତ୍ସିତ କରିଆସୁଥିବା ଡାକ୍ତର ଆଜି ସକାଳେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ଜେନାଙ୍କର ଘର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଙ୍ଖଣା ଗ୍ରାମରେ ବୋଲି ଜଣା ପଡିଛି । କିନ୍ତୁ ସେ ଭୁବନେଶ୍ୱରରେ ବସବାସ କରି ରହୁଥିଲେ । ସେ ହେଉଛନ୍ତି ଓଡିଶା ବିଧାନସଭାର ପୂର୍ବତନ ଶିକ୍ଷାମନ୍ତ୍ରୀ ଜୟଦେବ ଜେନାଙ୍କ ପୁତ୍ର ।

ତାଙ୍କର ଏହି ଅକାଳ ବିୟୋଗରେ ଭୁବନେଶ୍ୱର ଦଳୀୟ କର୍ମୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଧବା ପତ୍ନୀ ସହିତ ତାଙ୍କର ୨ ଝିଅ ଅଛନ୍ତି । ପୂର୍ବରୁ ସେ ଭଦ୍ରକ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିବାରୁ ଏଠାକାର ଦଳୀୟ କର୍ମୀଙ୍କ ସମେତ ତାଙ୍କୁ ଭଲ ପାଉଥିବା ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ଶୋକାକୋଳ ପରିସ୍ଥିତି ଦେଖାଦେଇଛି । ହଠାତ୍ ଅକାଳ ବିୟୋଗ ଫଳରେ ଭଦ୍ରକ ଲୋକସେବା ଅଧିନରେ ଥିବା ଖଇରା ଓ ସିମୁଳି ବ୍ଲକ ସମେତ ବିଭିନ୍ନ ଦଳୀୟ କର୍ମୀଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.