ଗାଁ ରାସ୍ତା ପାଲଟିଛି ମରଣ ଯନ୍ତା

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ଗଁଦିଆ ରୁ ସନ୍ଥପୁର ଭାୟା ସନ୍ଥସାର ଦେଇ ଯାଇଥିବା RD ରାସ୍ତା ଟି ଆଜକୁ ପ୍ରାୟ ସପ୍ତାହ ରୁ ଅଧିକ ହେବ ରାସ୍ତାଟି ଅଧାରୁ ଅଧିକ ଭାଙ୍ଗି ଯାଇଛି, ଆଉ ଅଶରାଏ ବର୍ଷା ହେଲେ ଗମନା ଗମନ ରେ ବିଛିନ୍ନ ହେବାରେ ଆଶଙ୍କା ରହିଛି, ଏହି ରାସ୍ତା ଟି ଉପରେ ଛ ଗୋଟି ପଞ୍ଚାୟତ ର ଜନସାଧାରଣ ଦୈନ୍ୟଦିନ ଗଁଦିଆ ବ୍ଲକ, ତହସିଲ, ଓ ଥାନା କୁ ନେଇ ଗମନା ଗମନ କରିଥାନ୍ତି,ଯଦି ରାସ୍ତା ବିଛିର୍ଣ୍ନ ହୁଏ ତାହାଲେ ଗଁଦିଆ ହେଡକ୍ଵାଟର ୭କିଲୋମିଟର ପରିବର୍ତ୍ତେ ୩୦ରୁ୩୫କିଲୋମିଟର ରାସ୍ତା ବୁଲିକି ଆସିବାକୁ ହେବ |ନିଜ ଦଳର ଶାସନ ରାଜ୍ୟରେ ଚଳୁଥିବେ ବି ଆରଡ଼ି ଡ଼ିପାଟମେଣ୍ଟ ଜେଇ ,ଏସ ଡ଼ି ଓ ଓ ଏଜେକୁଇଟିଭ ଇଂଜିନିୟର ଙ୍କୁ ଏ ରାସ୍ତାର ଅତି ନିଁନ୍ମମାନର କାର୍ଯ୍ୟ ପାଇଁ ଦାୟୀ କରିବା ସହିତ ସମସ୍ୟାର ସମାଧାନ ଚଳିତ ମାସ ୨୨ତାରିଖ ପୂର୍ବରୁ ଯଦି ସମାଧାନ ନ କରେ ଜିଲ୍ଲା ପ୍ରଶାସନ ତାହାହେଲେ ଗଁଦିଆ ବିଜେଡ଼ି କର୍ମୀ ଓ ସନ୍ଥପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଏବଂ ସାଧାରଣଜନତାଙ୍କୁ ଧରି ରାଜରାସ୍ତା କୁ ଓଲ୍ଲାଇବେ ଗଁଦିଆ ବ୍ଲକ ବିଜେଡ଼ି ସଭାପତି ବିଶ୍ଵନାଥ ଜେନା |ଗଣମାଧ୍ୟମକୁ ଦେଲେ ସୂଚନା |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.