ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଗ୍ରାମବାସୀ

ଖଇରା, (ନାଗରାଜ ନ୍ୟୁଜ): ଖଇରା BEOଙ୍କ ମନମୁଖି କାର୍ଯ୍ୟ କୁ ନେଇ ଅଭିଭାବକ ମାନଙ୍କ ସହିତ ଗ୍ରାମ ବାସି ମିଶି କଳମଚୁଆ ପ୍ରାଥମିକ ବିଦ୍ୟାଳୟ ଫାଟକରେ ପକାଇଲେ ତାଲା। 90 ଜଣ ଛାତ୍ର ବିଶିଷ୍ଟ ବିଦ୍ୟାଳୟରେ ମାତ୍ର 3 ଜଣ ଶିକ୍ଷକ ଥିବା ବେଳେ BEO ଜଣେ ଶିକ୍ଷକ ନରହରି ପଣ୍ଡା କୁ ଅନ୍ୟତ୍ର ବଦଳି ଆଦେଶ କୁ ବିରୋଧ କରି ବିଦ୍ୟାଳୟ ଚେୟାରମେନ ସନ୍ତୋଷ ପାତ୍ର ଙ୍କ ସହିତ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ବିରୋଧ ରେ ଅଜିତ ଦାସ, ୱାର୍ଡ ମେମ୍ବର ରମାକାନ୍ତ ପତ୍ର,ଶ୍ୟାମ ନାୟକ ଙ୍କ ସମେତ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିଲେ। ପୂର୍ବତନ ପ୍ରଧାନଶିକ୍ଷକ ସନ୍ତୋଷ ଦକ୍ଷିଣରାୟ ଙ୍କ ସହ ମିଶି ଖଇରା BEO ବିଦ୍ୟାଳୟ ଚେୟାରମେନ ଙ୍କ ଜାଲ ଦସ୍ତଖତ କରି ଟଙ୍କା ହଡ଼ପ କରିଥିବା ଚେୟାରମେନ ସନ୍ତୋଷ ଅଭିଯୋଗ କରିଛନ୍ତି। ସମସ୍ତ ଅନୈତିକ କାର୍ଯ୍ୟ ସିମୁଳିଆ ବିଧାୟକ ତଥା ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଇଙ୍ଗିତ ରେ ହେଉଛି ବୋଲି ସ୍ଥାନୀୟ ବିଜେପି ନେତା ଅଭିଯୋଗ କରିଛନ୍ତି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.