କାଶୀପୁର ବାଲି ଘାଟକୁ ବିରୋଧ କରି ଜେଲ ଗଲେ ଗ୍ରାମବାସୀ

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ବ୍ରାହ୍ମଣି ନଦୀ କୂଳରୁ ବାଲି ଉତ୍ତୋଳନ ନିମନ୍ତେ ନିଲାମ ନେଇଥିବା ଠିକାଦାରଙ୍କୁ ଉତ୍ତୋଳନକୁ ବିରୋଧ କରିବା ଅଭିଯୋଗରେ ପୁରୁଣା ଅମାଙ୍ଗ ଗ୍ରାମରୁ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଗଁନ୍ଦିଆ ବ୍ଲକ ନିହାଲପ୍ରସାଦ ଥାନା ଅଧିନସ୍ଥ କାଶୀପୁର ବାଲିଘାଟର ନିଲାମଧାରୀ ତ୍ରିଲୋଚନ ପ୍ରଧାନ ବାଲି ଉତୋଳନ କରି ପୁରୁଣା ଅମାଙ୍ଗ ମଧ୍ୟ୍ୟ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାରେ ନେବା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ ।

ଏପରିକି ବାଲି ଗାଡିକୁ ଅଟକାଇବା ସହ ସ୍ଥାନୀୟ ତହସିଲଦାର ଏବେ ପିଙ୍ଗୁଆ ରାଜସ୍ବ ନିରୀକ୍ଷକଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ ମଧ୍ୟ୍ୟ କରିଥିଲେ । ଏନେଇ ନିହାଲପ୍ରସାଦ ଥାନାରେ ଗଁନ୍ଦୀଆ ତହସିଲଦାର ଲିଖିତ ଏତଲା ଦେଇଥିଲେ । ହେଲେ ପୋଲିସ ବିଭାଗର ନୀରବତା ପରେ ନିଲାମ ଧାରୀ ମାନ୍ୟବର ଉଚ୍ଚ ନ୍ୟାୟଳୟ ର ଦ୍ୱାରସ୍ଥ ହୋଇଥିଲେ । ତେବେ ନ୍ୟାୟଳୟ ନିର୍ଦ୍ଧେଶ କ୍ରମେ ଢେଙ୍କାନାଳ ଏସ. ପିଙ୍କ ଆଦେଶ ଫଳରେ ନିହାଲପ୍ରସାଦ ଥାନାଧିକାରୀ ଜିତେନ୍ଦ୍ର ସାହୁ ରାତି ଅଧିଆ ଚଢ଼ାଉ କରି ପୁରୁଣା ଅମାଙ୍ଗ ଗ୍ରାମ ସଭାପତି ଶିବ ଦାଶ ଏବଂ ଟୁଟୁ ପ୍ରଧାନଙ୍କୁ ଗିରଫ କରିଥିଲେ । ତେବେ ବୟସାଧିକ କାରଣ ହେତୁ ଶିବ ଦାଶଙ୍କୁ ଗଁଦିଆ ଜେଏମଏଫସି ଜାମିନୀ ପ୍ରଦାନ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଟୁଟୁ ପ୍ରଧାନଙ୍କୁ ଜେଲ ପଠାଇ ଦିଆଯାଇଥିଲା ।

Leave a Reply

Your email address will not be published.