ଡ୍ରଗ୍ସ ଏବଂ ସଟ୍ଟା କାରବାରରେ ଯୁବପିଢି ଲିପ୍ତ, ପ୍ରଶାସନ ନିରବ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସିମେଣ୍ଟ ନଗରୀ ନିଶା କାରବାର ପାଇଁ ବଦନାମ୍ ହେବାରେ ଲାଗିଛି । ସହରର ଯୂବପିଢୀ ଦିନ ରାତି ଜୂଆ, ସଟ୍ଟା‌ ଖେଳିବା ସହିତ ଡ୍ରଗ୍ସ, ଚରସ୍, ଗଞ୍ଜେଇ ଖାଇ ସବୁବେଳେ ମଦ ନିଶାରେ ଚୁର ହୋଇ ବିଭିନ୍ନ ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି  । କେବଳ ଏତିକି ନୁହେ ସେମାନଙ୍କ ଅଭିଳାଷ ପୁରାଣ ପାଇଁ ବନ୍ଦ ପଡ଼ିଥିବା କଲକାରଖାନାର ବିଭିନ୍ନ ଯନ୍ତ୍ରାଂଶ ଚୋରିକରି ଜୂଆ ଏବଂ ସଟ୍ଟା ଖେଳୁଛନ୍ତି । ରାଜଗାଙ୍ଗପୁର ନିକଟରେ ଥିବା ଜାମପାଲି OISL କାରଖାନା ଏହାର ଜ୍ୱଳନ୍ତ ଉଦାହରଣ । ଏହି କାରଖାନାରୁ ଦିନରାତି ଯନ୍ତ୍ରାଂଶ ଚୋରି କରି ସଟ୍ଟା, ଜୂଆ ବେଧଡକ୍ ଚାଲିଛି । ସହରର ବାବାତାଲବ, ଲିପଲୋଇ, ସୁବାଷଛକ, ରାନିବନ୍ଦ, ମାଟିଗେଟ ଓ ବସଷ୍ଟାଣ୍ଡ ପ୍ରଭୃତି ସ୍ଥାନମାନଙ୍କରେ  ଏହି କାରବାର ଚାଲିଛି କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ।

ରାଜଗାଙ୍ଗପୁର ଥାନାରେ ନୂତନ ଭାବେ ଥାନାଧିକାରୀ ଶ୍ରୀ ବସ୍ଛପ୍ରଧାନ ଏବଂ ଏସଡିପିଓ ଶଶାଙ୍କ ଶେଖର ବେଉରା ଯୋଗଦେବା ପରେ ଡ୍ରଗ୍ସ ମାଫିଆ ଏବଂ ସଟ୍ଟା ଖେଳାଳିମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ସେମାନେ ଥାନାରେ ଯୋଗଦେଉ ଦେଉ ବହୁ ଜୂଆମାଫିଆ ଏବଂ ସଟ୍ଟା ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହିସମୟରେ ରାଜଗାଙ୍ଗପୁରବାସୀ ଆସ୍ବସ୍ତି ଲାଭ କରିଥିଲେ । କିନ୍ତୁ ଏବେ ପୂର୍ବ ପରି ସ୍ଥିତି ହୋଇଯାଇଛି । ସଟ୍ଟା ଏବଂ ଜୂଆ ଖେଳ ବେଧଡକ୍ ଚାଲିଛି ।

Leave a Reply

Your email address will not be published.