ଚୁଲିରେ ନିଆଁରେ ତିନି ଜଣ ଆହତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ପଞ୍ଚାୟତର ଜମ୍ବୁ ଗ୍ରାମରେ ଭୋଜି ଭାତର ଆସର ଜମିଥିବାବେଳେ ଚୁଲି ଲଗାଇବାପାଇଁ ଯାଇ କିରୋସିନ ବଦଳରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ହଠାତ୍ ତିନିଜଣ ଜମ୍ବୁ ଗ୍ରାମର ଜୁଗଳ ଟୁଡୁ, ଡୁଗୁ ବାସ୍କେ ଓ ନିଳକଣ୍ଠପୁର ଗାଁର ପତିତ ମଳ୍ଲିକ ନିଆଁ ପୋଡ଼ି ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ ତଥା ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଜୁଗଳଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published.