ବିଜୁଜନତା ଦଳରେ ଗୋଷ୍ଠୀ କନ୍ଦଳ ଆଶଙ୍କା

ରାଜଗାଙ୍ଗପୁର,‌ (ଦଶରଥ ପୋଡ଼): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜୁଜନତା ଦଳ ତରଫରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବର୍ତ୍ତମାନର ଟାଉନ ଅଧ୍ୟକ୍ଷ ରାଜେନ୍ଦ୍ର ବେହେରାଙ୍କୁ ଅଣଦେଖା କରି ଦଳରୁ ବହିଷ୍କୃତ ଟାଉନ ଅଧ୍ୟକ୍ଷ ଅମରେଶପଣ୍ଡାଙ୍କୁ ବେଶୀ ଗୁରୁତ୍ବ ଦେଇ ସମସ୍ତ କାର୍ଯ୍ୟ କର୍ମରେ ସାମିଲ କରୁଥିବାରୁ ଦଳୀୟ କର୍ମୀ ମହଲରେ ଅସନ୍ତୋଷ ବଢୁଛି । ଯାହାଫଳରେ ବିଜୁଜନତା ଦଳ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ସହିତ ଗୋଷ୍ଠୀ କନ୍ଦଳ ହେବା ଆଶଙ୍କା ରହିଛି ।

ଅନ୍ୟ ପକ୍ଷରେ ଆଜି ବିଜୁ ଜନତା ଦଳର ରାଜ୍ୟ ଉପାଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ମଙ୍ଗଳା କିଶାନ୍ ଲାଠିକଟା ବ୍ଲକର ବିଭିନ୍ନ ଗ୍ରାମରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମମାନ କରିଥିଲେ, କିନ୍ତୁ ରାଜଗାଙ୍ଗପୁର ଟାଉନ ଅଧ୍ୟକ୍ଷ କିମ୍ବା ଲାଠିକଟା ବ୍ଲକର କୈାଣସି ଦଳୀୟ ସରପଞ୍ଚ, ସମିତି ସଭ୍ୟ ତଥା ଦଳୀୟ ପଦାଧିକାରୀ କାହାକୁ କିଛି ନକହି ଦଳରୁ ବହିଷ୍କୃତ ଟାଉନ ଅଧ୍ୟକ୍ଷ ଅମରେଶପଣ୍ଡାଙ୍କୁ ନେଇ ସମସ୍ତ କାର୍ଯ୍ୟ କର୍ମ କରିଥିବାରୁ ଦଳୀୟ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲା ତଥା ରାଜ୍ୟର ଜଣେ ଟାଣୁଆ ବରିଷ୍ଠ ଆଦିବାସୀ ନେତା ବର୍ତ୍ତମାନ ର ଟାଉନ ଅଧ୍ୟକ୍ଷ ଙ୍କୁ ଅଣଦେଖା କରି ଦଳରୁ ବହିଷ୍କୃତ ଟାଉନ ଅଧ୍ୟକ୍ଷ ଙ୍କୁ ଗୁରୁତ୍ୱ ଦେଉଥିବାରୁ କେବଳ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ନୁହେଁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ରେ ବିଜୁଜନତା ଦଳ ପାଇଁ ଶୁଭଙ୍କର ନୁହେଁ ।

Leave a Reply

Your email address will not be published.