ଅଜଗର ସାପ ଉଦ୍ଧାର ସହ ତିନି ଗିରଫ

ବାଙ୍କୀ, (ନାଗରାଜ ନ୍ୟୁଜ): ଅଜଗର ସାପ ଧରି ବାଙ୍କୀ ଅଞ୍ଚଳରୁ ବାହାରକୁ ନେଇ ପଳାଉଥିବା ବେଳେ ୩ଜଣ ସାପ ଧରାଳି ଧରାପଡିଛନ୍ତି । ବାଙ୍କୀ ଭେଡା ଅଞ୍ଚଳରୁ ଏକ ସାତ ଫୁଟ ଲମ୍ବ ଅଜଗର ସାପ ଧରି ବାହାରକୁ ନେଇ ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଛନ୍ତି । ଏହାପରେ ସ୍ଥାନୀୟ ଲୋକେ ସେହି ୩ଜଣ ସାପ ଧରାଳୀକୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହି ତିନି ଜଣ ସାପ ଧରାଳି ଯାଜପୁର ଅଞ୍ଚଳର ବୋଲି ଜଣାପଡିଛନ୍ତି । ଏମାନେ କେଉଁ ସ୍ଥାନକୁ ସାପ ଚାଲଣ କରିବାକୁ ନେଉଥିଲେ ତାହା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଅନ୍ୟପଟେ ସାପ ଧରାଳିଙ୍କ କହିବା କଥା ଅନୁସାରେ ସେମାନେ କେଳା ସମ୍ପ୍ରଦାୟର । ତେଣୁ ପ୍ରକୃତ ସତ୍ୟାସତ୍ୟ ବନବିଭାଗର ତଦନ୍ତ ପରେ ସମ୍ନାକୁ ଆସିବ ।

Leave a Reply

Your email address will not be published.