ଆଜି ଆନ୍ତର୍ଜାତିକ ମହିଳା ଦିବସ

ଖଇରା,(ନାଗରାଜ ନ୍ୟୁଜ): ଜୀବନର ଚଲା ବାଟେ କେବେ ଆସେ ସୁଖ କେବେ ପୁଣି ଦୁଃଖ କେବେ ଆସି ପାରେ ଝଡ଼ ହେଲେ ଜୀଵନ ରାସ୍ତାର ଅଙ୍କାବଙ୍କା ମୋଡ଼ରେ ଅଯାଚିତ ସ୍ନେହ, ଆଦର, ସଜଳ ଆଖିରେ ଅଜସ୍ର ଭଲପାଇବା, ବିଶ୍ୱାସ ,ତ୍ୟାଗ, ନିଷ୍ଠା ଓ ଆଦର୍ଶର ସ୍ପର୍ଶ ଅନୁଭବ ନେଇ ପାଖେ ପାଖେ ଛିଡା ହେଇ ଥାଏ ଜଣେ ନାରୀ ।

କୁହନ୍ତି ପ୍ରତ୍ୟେକଟି ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ , କେବେ ମାଆର ପଣତ କାନିରେ ସେନେହ ସ୍ପର୍ଶର ପବିତ୍ର ବନ୍ଧନ ଓ ଆଶୀର୍ବାଦ, କେବେ ପୁଣି ଧର୍ମପତ୍ନୀଙ୍କ ଆଖିରେ ଜିଇଁବାର , ହସି ହସେଇବାର , ସାଥିରେ ହାତ ଧରି ଚାଲିବାର ସ୍ୱପ୍ବ, ବିଶ୍ୱାସ ଆଉ ଭଲପାଇବା ତ କେବେ ଭଉଣୀର ସ୍ନେହ ଶ୍ରଦ୍ଧା, ଯତ୍ନ ଆଉ ଅଜସ୍ର ଆଦର ଭିତରେ ସଦା ସମର୍ପିତ ଜଣେ ନାରୀ । ଯିଏ ଭରି ଦିଏ ସାହସ । ଅନାବିଳ ସ୍ନେହ ବନ୍ଧନରେ ଯିଏ ବାନ୍ଧି ନିଏ ଜୀବନ । ଯାହା ପାଇଁ ଉଜ୍ଜୀବିତ ହୁଏ ନୂଆ ଏକ ସ୍ପନ୍ଦନ । ପଲ୍ଲବିତ ହୁଏ ପ୍ରାଣ ପୁଣି ଏକ ନୂଆ ସକାଳର ଏକ ନୂଆ ଉତ୍ସାହରେ । ପ୍ରତିଟି ସକାଳ ହେଉ ଏମିତି ସରସ ଓ ସୁନ୍ଦର । ଅନୁଭୂତ ଆଉ ସଂଚରିତ ହେଉ ବିଶ୍ୱ ନିୟନ୍ତ।ଙ୍କ ସୁନ୍ଦର ସୃଷ୍ଟିରେ ନାରୀର ସରଳ ସାବଲୀଳ ଉପସ୍ଥିତି । ଗଢି ତୋଳୁ ଏକ ନୂଆ ପୃଥିବୀ । ଭରି ଦେଉ ପ୍ରତି ପ୍ରାଣେ ଅଜସ୍ର ଭଲପାଇବାର ସବୁଜିମା । ଯାହା ପାଇଁ ହସି ଉଠେ ଜୀଵନ ହସି ଉଠେ ବିଶ୍ୱ । ବିଶ୍ୱବନ୍ଦିତା ନାରୀଜାତିର ଅତୁଳନୀୟ ଅବଦାନ ପାଇଁ ସମସ୍ତ ନାରୀ ମାନଙ୍କୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ।

ବାଲେଶ୍ବର ଖଇରାରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.