ଆଜି ମହାନ ପାଇକ ସଂଗ୍ରାମୀ ସହିଦ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୦ତମ ତିରୋଧାନ ଦିବସ

ବାରଙ୍ଗ, (ଅନନ୍ତ ସ୍ଵାଇଁ): ଭୂବନେଶ୍ବର ଉପକୂଳ ଦାରୁଠେଙ୍ଗ ଗ୍ରାମରେ ମହାନ ପାଇକ ସଂଗ୍ରାମୀ ସହିଦ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୦ତମ ତିରୋଧାନ ଦିବସ ଅନୁଷ୍ଟିତ ହୋଇଛି । ସଂଯୋଗବସତ ଏହି ଦିନକୁ ଭାରତ ସରକାର କ୍ରାନ୍ତିଦିବସ ରୂପେ ପାଳନ କରୁଛନ୍ତି । ଚିର ଅମର ସହିଦ ପିଣ୍ଡିକି ବାହୁବଳେନ୍ଦ୍ର ଇଂରେଜ ସରକାରଙ୍କ ବିରୋଧରେ ଦୀର୍ଘ ୨୦-୨୫ ବର୍ଷ ପ୍ରାୟ ଲଢ଼େଇ କରି ନିଜ ଦେଶ ପାଇଁ ଆଜିର ଦିନରେ ପ୍ରାଣ ବଳି ଦେଇଥିଲେ । ତାହା ପୁଣି ଇଂରେଜ ମାନଙ୍କ ବନ୍ଧୁକ ଗୁଳିରେ । ସେତେବେଳକୁ ଇଂରେଜମାନଙ୍କ ପାଖକୁ ବନ୍ଧୁକ ଓ ଷ୍ଟିମର (ମୋଟର ଡଙ୍ଗା) ଆସିଯାଇଥିଲା । ଷ୍ଟିମର ଯୋଗେ କଟକ ପଟୁ କାଠଯୋଡି ନଦୀ ପାର ହୋଇଥିଲେ । ସେତେବେଳେ ନଦୀର ଏପଟେ ଅନେକ ଇଂରେଜ ମାନଙ୍କ ସହ ଘମାଘୋଟ ଲଢେଇର ଚାଲିଥିଲା । ସେହି ସମୟରେ ଇଂରେଜ ବନ୍ଧୁକ ଗର୍ଜନ ଲଢେଇର ଅନ୍ତ କରିଦେଇଥିଲା ସତ ମହାନାୟକ ପିଣ୍ଡିକିଙ୍କୁ ସେଇ ବନ୍ଧୁକଗୁଳିରେ ୫ଥର ତୋପସଲାମି ଦେଇ ଅଜୟ ଅମର କରିଯାଇଛନ୍ତି ।

Leave a Reply

Your email address will not be published.