ଦୁଇ ଦିନିଆ ରଜତ ଜୟନ୍ତୀ ଓ ଜାତୀୟ ତେଲଗୁ ସାଂସ୍କୃତିକ ଉତ୍ସବ

କଟକ,(ନାଗରାଜ ନ୍ୟୁଜ): ତେଲଗୁ ସମ୍ପ୍ରଦାୟ ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ର ଐକତା ର ଆଜି ଠାରୁ ଦୁଇ ଦିନିଆ ରଜତ ଜୟନ୍ତୀ ଓ ଜାତୀୟ ତେଲଗୁ ସାଂସ୍କୃତିକ ଉତ୍ସବ ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ସହିଦ ଭବନ ଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରିଥିଲେ। ଐକତା ର ସଭାପତି କେ ଦୁର୍ଗା ପ୍ରସାଦ ରାଓ କାର୍ଯ୍ୟ କ୍ରମରେ ସଭାପତିତ୍ବ କରି ସ୍ଵାଗତ ଭାଷଣ ଦେଇଥିଲେ। ରୌପ୍ୟ ଜୟନ୍ତୀ କମିଟିର ଅଧ୍ୟକ୍ଷ ଜି କୈଳାସ ରାଓ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ଏହି ଅବସରରେ ଐକତା ର ବିଭିନ୍ନ ଜନ ସେବା କାର୍ଯ୍ୟ କ୍ରମ ସମ୍ପର୍କରେ ଏକ ଭି ଡି ଓ ପରିବେଷଣ କରାଯାଇଥିଲା। ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ପଦ୍ମଶ୍ରୀ ସ୍ୱର୍ଗତଃ ଡି ପ୍ରକାଶ ରାଓ ଙ୍କ ଧର୍ମ ପତ୍ନୀ ଏବଂ ଜାତୀୟ ଫୁଟବଲ ଖେଳାଳି ମିସ୍ ଏମ ରୋସନି ଏବଂ ଏନ୍ ରମାନା ନାଇଡୁ କୁ ସମ୍ବର୍ଦ୍ଧିତ କରିଥିଲେ। ଐକତା ପକ୍ଷରୁ ପ୍ରକାଶିତ ଏକ ସ୍ମରଣିକା କୁ ରାଜ୍ୟପାଳ ଉନ୍ମୋଚନ କରି ଭାରତୀୟ ସଂସ୍କୃତି ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ ଯେ ଓଡ଼ିଶା ବା ଉତ୍କଳ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରାଜ୍ୟ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରେ ଓଡ଼ିଶା ପ୍ରେମ ଓ ଶାନ୍ତିର ବାର୍ତ୍ତା ସମଗ୍ର ବିଶ୍ବକୁ ପ୍ରଦାନ କରିଛି। ଏଥି ସହିତ ଐକତା ର ଜନ ସେବା ଏବଂ ବିଭିନ୍ନ ସେବା କାର୍ଯ୍ୟ ର ଉଚ୍ଚ ପ୍ରଶଂସା କରିଥିଲେ। ୱାଇ ସୁବାସ ନାଇଡୁ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଜଷ୍ଟିସ ଏ ଏସ ନାଇଡୁ, ମେୟର ସୁବାସ ସିଂହ, କଟକ ବାରବାଟି ବିଧାୟକ ଇଂଜିନିୟର ମହମ୍ମଦ ମିକିମ୍, ଆୟକର ବିଭାଗର ମୁଖ୍ୟ କମିଶନର ଆର ଭି କ୍ରିଷ୍ଣାନ, ଇଷ୍ଟ କୋଷ୍ଟ ରେଲୱେ ର ସି ଏମ ଡି. ଡି ରାମା ରାଓ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଅତିଥି ଭାବରେ ଯୋଗଦେଇ ଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published.