ଅଜଣା ଗାଡି ଧକ୍କାରେ ୨ ସାଙ୍ଗ ମୃତ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଫର୍ଟିଲାଇଜର ଅଞ୍ଚଳର କାର୍ମେଲ ସ୍କୁଲ ପାଖ ୧୪୩ ନଂ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି । ଦୁଇଜଣ ସାଙ୍ଗ ଫର୍ଟିଲାଇଜର ଦେଇ ଟିମଜୋର ଅଞ୍ଚଳକୁ ଯାଉଥିବା ବେଳେ ଘୁର୍ଘଟଣା ଘଟିଥିଲା । ଯୁବକ ଦ୍ୱୟ ଅଜଣା ଗାଡି ଧକ୍କାରେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ଆରଜିଏଚ ନେଉଥିବା ବାଟରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ଜଲଦା ଫାଣ୍ଡି ପୋଲିଶ ତଦନ୍ତ ଜାରି ରଖିଛି । ଏହାସହିତ ଯୁବକଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published.