ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହିରାକୁଦରେ ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର, (ନାଗରାଜ ନ୍ୟୁଜ): ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ନଦୀବନ୍ଧର ଜଳସ୍ତର ବଢିବାରେ ଲାଗିଛି । ଏହିକାରଣରୁ ହୀରାକୁଦ ଡ଼୍ୟାମ୍‌ରେ ପୁଣି ଆଉ ୨ଟି ଗେଟ୍ ଖୋଲିଛି । ଗତକାଲି ୩ଟି ଗେଟ୍ ଖୋଲାଯାଇଥିଲା । ଏହାକୁ ମିଶାଇ ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ କାର୍ଯ୍ୟ ଜାରୀ ରହିଛି । ଏବେ ୧୨ ଟି ଗେଟ୍ ଖୋଲଯାଇ ବନ୍ୟା ପାଣି ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି ।

ଆଗକୁ ପୁଣି ଅଧିକ ଗେଟ୍ ଖୋଲିବାର ଆଶାଙ୍କା ରହିଛି । ହୀରାକୁଦରୁ ଜଳ ନିଷ୍କାସନ ବଢୁଥିବାରୁ ମହାନଦୀ ଅବବାହିକାରେ ଜଳସ୍ତର ଧୀରେ ଧୀରେ ବଢିବ । ଏବେ ମହାନଦୀରେ ବନ୍ୟା ଆଶଙ୍କା ଟଳି ଯାଇଥିଲେବି ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୬ତାରିଖ ପରଠାରୁ ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ଲଗାତାର ବର୍ଷା ହେବ । ଏହିକାରଣରୁ ପୁଣି ମହାନଦୀ ଫୁଲିବାର ଆଶଙ୍କା ରହିଛି । ଏହାର ପ୍ରଭାବରେ କିଛି ତଳିଆ ଅଞ୍ଚଳରେ ମହାନଦୀ ଓ ଶାଖାନଦୀର ପାଣି ପ୍ରବେଶ କରିବାର ଆଶଙ୍କା ରହିଛି ।

Leave a Reply

Your email address will not be published.