ଔପଦା କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ଯକ୍ଷ ମୋହନ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଔପଦା ଥାନା ଆଇଆଇସି ସାଲଖାନ ମୁର୍ମୁ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ଆୟୋଜକ ଓ ପରିଚାଳକ ଏନଏନଏସ ପ୍ରୋଗ୍ରାମ ଅଫିସର ତଥା ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ଯାପକ ଦ୍ବାରିକା ନାଥ ଶତପଥୀ ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କାର ବାର୍ତ୍ତା ପ୍ରଦାନ କରିଥିଲେ । ଏଥିସହିତ ମହାବିଦ୍ୟାଳୟର ଅନ୍ୟ ଅଧ୍ଯାପକ ମାନଙ୍କ ମଧ୍ୟରେ ଓଡିଆ ବିଭାଗର ବରିଷ୍ଠ ଅଧ୍ଯାପକ କମଳାକାନ୍ତ ଦାସ, ରାଜନୀତି ବିଭାଗର ବରିଷ୍ଠ ଅଧ୍ଯାପକ ହରିହର ପଣ୍ଡା ଓ ଶିକ୍ଷା ବିଭାଗର ବରିଷ୍ଠ ଅଧ୍ଯାପକ ଲକ୍ଷ୍ମୀନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ସୁନ୍ଦର ଉପଦେଶାତ୍ମକ ସଂସ୍କାର ବାର୍ତ୍ତା ପ୍ରଦାନ କରିଥିଲେ । ହଠାତ୍ ଅନୁଷ୍ଠିତ କାର୍ଯ୍ୟକ୍ରମଟିକୁ ସଫଳ ନିମନ୍ତେ ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ଯାପିକା, ଶିକ୍ଷାକର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମ ଓ ସହଯୋଗକୁ ବାସ୍ତବରେ ସ୍ବାଗତଯୋଗ୍ୟ ଅଟେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.