ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୫ତମ ଜୟନ୍ତୀ ପାଳିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଥୀଙ୍କସ ଫୋରମ ଆୟୋଜନରେ କୁଳବୁଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କର ୧୭୫ତମ ଜୟନ୍ତୀ ପାଳିତ ହୋଇଯାଇଛି |ଏହି ମହାନ କାର୍ଯ୍ୟରେ ସହଭାଗିତା ହୋଇ ଥୀଙ୍କସ ଫୋରମ ର ସଭାପତି ସୁବ୍ରତ କୁମାର ସାହୁ ଙ୍କ ସଭାପତିତ୍ୱ ରେ ସ୍ୱାଗତ ଭାଷଣ ଓ ମଞ୍ଚ ଆମନ୍ତ୍ରଣ କରିଥିଲେ ଫୋରମ ର ସମ୍ପାଦକ ରାଘବ ଚନ୍ଦ୍ର ମହାରଣା , ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୁଧୀର କୁମାର ସାମଲ ,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ଲେଖକ ବସନ୍ତ କୁମାର ଦାଶ, ସହ ବକ୍ତା ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ସୂର୍ଯ୍ୟମଣୀ ମିଶ୍ର ,ସଂମ୍ମାନିତ ଅତିଥି ଭାବେ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ , ବିଶିଷ୍ଠ କବି ,ଲେଖକ ,ସାମ୍ବାଦିକ ରବୀନ୍ଦ୍ର କୁମାର ବିଶ୍ୱାଳ ଯୋଗ ଦେଇ ନିଜନିଜର ମତ ଉପସ୍ଥାପନା କରିବା ସହିତ ଉତ୍କଳ ଗୌରବ କୁଳବୁଦ୍ଧ ମଧୁସୂଦନ ଦାସ ଙ୍କର ଜୀବନୀ ଓ ନୂତନ ଓଡ଼ିଶାର ବିନ୍ଧାଣି ସହିତ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପୁରୀ ଗଜପତି ଙ୍କ ସପକ୍ଷରେ ବିନା ପଇସାରେ ଓକିଲାତି କରି ଜିତାପଟ ଦେବା ସହିତ କୋଟି ଓଡ଼ିଆଙ୍କୁ ସାରାବିଶ୍ୱରେ ଟେକ ରଖିଥିଲେ ବୋଲି ଅଭିଭାଷଣ ରେ ପରିପ୍ରକାଶ କରିଥିଲେ |

ଏପରି ମହାନ ଜନନାୟକ ଙ୍କୁ ଭାରତରତ୍ନ ସଂମ୍ମାନ ରେ ସଂମ୍ମାନିତ କରିବା ପାଇଁ ଭାରତର ମହାମହିମ ରାଷ୍ଟ୍ରପତି ଏବଂ ଯଶଶ୍ରୀ ପ୍ରଧାନ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଢେ଼ଙ୍କାନାଳ ଜିଲ୍ଲାରୁ ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ଓ ଥିଙ୍କସ ଫୋରମ ମିଳିତ ସହଯୋଗ ରେ ଆସନ୍ତା ମେ ୧ତାରିଖ ଶ୍ରମ ଦିବସ ରୁ ଦଶକତ ଅଭିଯାନ ଆରମ୍ଭ ହେବ ବୋଲି ଥିଙ୍କସ ଫୋରମ ର ସଭାପତି ସୁବ୍ରତ ସାହୁ ଏବଂ GDMA ର ସଭାପତି ପ୍ରଦୀପ ଦାସ ପରିପ୍ରକାଶ କରିଛନ୍ତି |ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ବ୍ୟକ୍ତି ,ବୁଦ୍ଧିଜୀବୀ ,ରାଜନେତା ,ସମାଜବୀ ଓ ବରିଷ୍ଠ ସାମ୍ବାଦିକ ସମୂହ ଯୋଗ ଦେଇଥିଲେ | ସର୍ବଶେଷ ରେ ଥିଙ୍କସ ଫୋରମର ଉପସଭାପତି ଆମ୍ବୁଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.