ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଗଁଦିଆ ବ୍ଳକର ସମସ୍ତ CRP, MBK , Krish Mitra, Prani Mitra ଓ bank Mitra କୁ Village Poverty Reduction Plan(VPRP) ସମ୍ବନ୍ଧରେ ତିନି ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଥମ ଦିନ ଗଁଦିଆ ବ୍ଳକର BDO,ABDO ଉପସ୍ଥିତ ହୋଇ ପ୍ରଶିକ୍ଷଣ ଦେଇଥିଲେ। ଗଁଦିଆ ବ୍ଳକର BPM ବିରକିଶୋର ପଣ୍ଡା , ଶ୍ୱେତା ମିଶ୍ର ଓ Fes ର ମାଷ୍ଟର ଟ୍ରେନର୍ ଶୁଭ୍ରଜିତ୍ ତିନି ଦିନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗ୍ରାମର ସମସ୍ତ ପରିବାରର village poverty Reduction plan ପ୍ରସ୍ତୁତ କରାଯାଇ ଗ୍ରାମ ସଭାରେ ଅନୁମୋଦନ କରାଯାଇ GPDP ରେ ଅନ୍ତର୍ଭୁକ୍ତ କରିବା ଏହି ପ୍ରଶିକ୍ଷଣ ର ଲକ୍ଷ୍ୟ ଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଦେଓଂଗାଁ ପଞ୍ଚାୟତ ସରପଞ୍ଚ ବିଜୟ ଦେହୁରୀ ସମ୍ପୂର୍ଣ ରୂପେ ସହଯୋଗ କରି ପ୍ରଶିକ୍ଷଣ କୁ ସଫଳ କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.