ହାତୀ ଆକ୍ରମଣରେ ମହିଳା ମୃତ

ବାଲେଶ୍ବର, (ନାଗରାଜ ନ୍ୟୁଜ): ହାତୀ ଆକ୍ରମଣରେ ଜଣ ମହିଳା ମୃତ ଏବଂ ଜଣେ ଆହତ । ଘଟଣା ଘଟିଛି ଶରତ ଥାନା ଅଞ୍ଚଳରେ । ଘଟଣାରୁ ଜଣାଯାଇଛି ଆଜି ଅର୍ଥାତ୍ ତା ୦୪/୬/୨୨ ରିଖ ସକାଳେ ସଜନୀ ସିଂ ପତ୍ର ତୋଳିବାକୁ ପାଖ ଜଙ୍ଗଲକୁ ଯାଇଥିଲେ, ଯାହା ଵାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଖଇରା ଏବଂ ଶରତ ଥାନା ଅଞ୍ଚଳ ଅଟେ । ଶରତ ଥାନା ଅଞ୍ଚଳରେ ପତ୍ର ତୋଳୁଥିବା ସମୟରେ ହଠାତ୍ ସଜନୀ ସିଂ ହାତୀ ସାମ୍ନାରେ ପଡିଯାଇଥିଲେ । ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ହାତୀ ଅତର୍କିତ ଆକ୍ରମଣ କରିଥିଲା । ଏହାଦେଖି ସାଥିରେ ଯାଇଥିବା ଅନ୍ୟ ସାଥୀମାନେ ଦୌଡ଼ି ପଳାଇ ଆସି ଗାଁରେ ଖବର ଦେଇଥିଲେ । ଖବରପାଇ ଗାଁ ଲୋକ ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ, ହେଲେ ସେତେବେଳକୁ ସଜନୀର ମୃତ୍ୟୁ ହୋଇ ସାରିଥିଲା । ଖବରପାଇ ଔପଦା ରେଞ୍ଜର ବବିତା ସୋରେନ ଘଟଣା ସ୍ଥଳରେ ପହଞ୍ଚି ଶରତ ଥାନା ଅଞ୍ଚଳରେ ଘଟଣାଟି ଘଟିଥିବାର ଜାଣିବାକୁ ପାଇଥିଲେ ।

ରଙ୍ଗାମାଟିଆ ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚିଲା ପରେ ମିଳିତ ଭାବେ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରୁ ମୃତ ସଜନୀକୁ ଖଇରା ସୀମାକୁ ନେଇ ଆସିଥିବାରୁ ଉଭୟ ଅଞ୍ଚଳ ଅଧିକାରୀଙ୍କ ମଧ୍ୟରେ କିଛି ସମୟ ଅସହଯୋଗ ପ୍ରକାଶ ପାଇଥିଲା । ଶେଷରେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବଦ କରି ବ୍ଯବଛେଦ ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ କରିଥିଲା । ଆହତଙ୍କ ନିମନ୍ତେ ଉତ୍ତମ ଚିକିତ୍ସାର ବ୍ୟବସ୍ତା କରାଯିବ ବୋଲି ବିଭାଗ ପ୍ରକାଶ କରିଥିବା ଜଣାଯାଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.