ଗିରଫ ହେଲେ କମଲ ଆର ଖାନ୍‌

ମୁମ୍ଵାଇ,(ନାଗରାଜ ନ୍ୟୁଜ): ଗିରଫ ହେଲେ କମଲ ଆର ଖାନ୍‌ । ସେ ବିବାଦୀୟ ଟ୍ୱିଟ୍ ପାଇଁ ଜଣାଶୁଣା । ସେ ପ୍ରାୟତଃ ତାଙ୍କର ବିବାଦୀୟ ଟ୍ୱିଟ୍ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବଂ ସଦା ସର୍ବଦା ବଲିଉଡ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥାନ୍ତି । ବର୍ତ୍ତମାନ ତାଙ୍କୁ ମୁମ୍ଵାଇ ପୁଲିସ ଗିରଫ କରିଛି । ବଲିଉଡ ତାରକାଙ୍କୁ ଅପମାନିତ କରୁଥିବା ଅଭିନେତା କମଲ ଆର ଖାନ୍‌ ଙ୍କୁ ପୁଲିସ ତାଙ୍କ ହେପାଜତରେ ରଖିଛି । କେଆରକେ ଗିରଫ ହେବା ପରେ ସୋସିଆଲ ମିଡିଆରେ ମିମ୍‌ ର ବର୍ଷା ହେଉଛି । ବର୍ତ୍ତମାନ ତାଙ୍କ ନାଁରେ ମଜାଳିଆ ମିମ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କଳାକାରଙ୍କୁ ନେଇ ଅନେକ ନେଗେଟିଭ୍‌ କମେଣ୍ଟ ମଧ୍ୟ କରନ୍ତି କମଲ ଆର ଖାନ୍‌ । ବଡ ତାରକାଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ଛାଡନ୍ତି ନାହିଁ । ବଡ ବଡ କଳାକାରଙ୍କ ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ମଧ୍ୟ ବଏକଟ୍ ଟ୍ରେଣ୍ଡ ଚାଲିଛି। ଏଭଳି ପରିସ୍ଥିତିରେ ବଲିଉଡ ଫିଲ୍ମର ସବୁଠାରୁ ବଡ ସମାଲୋଚକ କମଲ ଆର ଖାନ୍‌ ଗିରଫ ହେବା ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ମଜା କରିବା ଆରମ୍ଭ କରି ଦେଇଛନ୍ତି । ସୋସିଆଲ ମିଡିଆରେ କିଛି ମଜାଦାର ମେମ୍ ଭାଇରାଲ୍ ହେବାରେ ଲାଗିଛି । ଏହି ମିମ୍‌ରେ ଦର୍ଶାଯାଇଛିଯେ କମଲ ଆର ଖାନ୍‌ ଗିରଫ ହେବା ପରେ ବଲିଉଡ ସେଲିବ୍ରିଟିମାନେ ଖୁସି ମନାଉଛନ୍ତି । ବଏକଟ୍‌ ଗ୍ୟାଙ୍ଗ କିପରି କାନ୍ଦୁଛି ।

ସୂଚନା ଅନୁଯାୟୀ, ଏଫଆଇଆର ପଞ୍ଜୀକୃତ ହେବା ପରେ ୨୦୨୦ରେ କମଲ ଆର ଖାନଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଥିଲା। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ କମଲ ଆର ଖାନ୍‌ ସ୍ୱର୍ଗତ ଅଭିନେତା ରିଷି କପୁର ଏବଂ ଇରଫାନ ଖାନଙ୍କ ଉପରେ ଅପମାନଜନକ ଟ୍ୱିଟ ପୋଷ୍ଟ କରିଛନ୍ତି । ଏଥିପାଇଁ ପୁଲିସ ତାଙ୍କୁ ଗିରଫ କରିଛି। କମଲ ଆର ଖାନ୍‌ ଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published.