କ୍ୟାଟ୍ରିନାଙ୍କ ହମସକଲ ଆଲିନା ରାୟଙ୍କୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା

ମୁମ୍ବାଇ, (ନାଗରାଜ ନ୍ୟୁଜ): କ୍ୟାଟ୍ରିନା କୈଫ ଭଳି ଅବିକଳ ଦେଖାଯାଉଥିବା ଆଲିନା ରାୟ ସୋଶାଲ ମିଡିଆରେ ଏବେ ଅନେକ ଚର୍ଚ୍ଚାରେ ରହୁଛନ୍ତି । ସେ ଠିକ୍ କ୍ୟାଟ୍ରିନା ପରି ଦେଖାଯାଉଛନ୍ତି । ସୋଶାଲ ମିଡିଆରେ ଆଲିନା ତାଙ୍କ ଭିଡିଓରୁ ବହୁ ଖ୍ୟାତି ଅର୍ଜନ କରିଛନ୍ତି ଏବଂ କ୍ୟାଟ୍ରିନାଙ୍କ ପରି ଦେଖାଯାଉଥିବାରୁ ଖୁବ୍ କମ୍ ସମୟ ମଧ୍ୟରେ ସେ ଲୋକପ୍ରୀୟ ହୋଇପାରିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୨,୦୯,୦୦୦ ଫଲୋର୍ସ ଅଛନ୍ତି । ଫଟୋ ସେୟାରିଂ ୱେବସାଇଟରେ ତାଙ୍କର ଏକ ଭିଡିଓର କ୍ୟାପ୍ସନ୍ ଫେମସ ହୁଁ ଦିଆଯାଇଛି, ଯେଉଁଥିରେ ୨,୭୮୫ ଲାଇକ୍ ଆସିଛି ।

ଏହାସହିତ ଆଲିନା ରାୟଙ୍କର ଏକ ଫିଲ୍ମ ଆସୁଛି । ଯାହାର ନାଁ ଯେଉଛି ଲକ୍ଷ୍ନୈା ଜଙ୍କସନ୍ । ସେ ଏହି ଚଳଚ୍ଚିତ୍ରରୁ ତାଙ୍କ ସୁଟର ଏକ କ୍ଲିପ୍ ମଧ୍ୟ ସେୟାର କରିଥିଲେ । ଗତ ବର୍ଷ ଏହି ଫିଲ୍ମ ରିଲିଜ ହେବାର ଥିଲା, କିନ୍ତୁ ମହାମାରୀ ଯୋଗୁଁ ରିଲିଜ ହୋଇପାରିଲା ନାହିଁ । ସେ ୨୦୨୦ ରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତିଯେ ତାଙ୍କ ଆଗାମୀ ଫିଲ୍ମରେ ସେ ସାମ୍ବାଦିକ ଭୂମିକାରେ ନଜର ଆସିବେ । ଡିସେମ୍ବର ୨୦୧୯ ରେ ଲୋକପ୍ରିୟ ରାପର ବାଦଶାହଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ତାଙ୍କୁ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.