ପ୍ରବୀଣ କୁମାର ସୋବତୀଙ୍କ ଦେହାନ୍ତ

ମୁମ୍ବାଇ: ଲୋକପ୍ରିୟ ଟିଭି ଧାରାବାହିକ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ସୋବତୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତାଙ୍କର ଅଭିନୟ ଦର୍ଶକଙ୍କୁ ଖୁସି କରାଇ ଦେଉଥିଲା । ସେ ଟିଭି ସିରିଏଲ୍ ବ୍ୟତୀତ ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ସାଢ଼େ ୬ ଫୁଟ ଲମ୍ବର ଏହି ଅଭିନେତା ଖେଳକୁ ମଧ୍ୟ ଭଲ ପାଉଥିଲେ । ସେ ପଂଜାବ ନିବାସୀ ଥିଲେ ।
ସୂଚନାଯୋଗ୍ୟ, ଅଭିନେତା ପ୍ରବୀଣ କୁମାର ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ, ଯେଉଁ ସମୟରେ ସେ ପଂଜାବ ସରକାର ଗଠନ କରିବାକୁ ଯାଉଥିବା ସମସ୍ତ ଦଳଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ପ୍ରବୀଣ ଅନେକ ଖେଳରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏସୀୟ କ୍ରୀଡ଼ାରେ ଭାଗ ନେଉଥିବା ଖେଳାଳିଙ୍କୁ ଭତ୍ତା ଦିଆଯାଇ ଥାଏ, କିନ୍ତୁ ତାଙ୍କୁ ବଂଚିତ କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ।

ପ୍ରବୀଣଙ୍କ ସ୍କୁଲ ପ୍ରଧାନଶିକ୍ଷକ ତାଙ୍କର ଫିଟନେଓ ଦେଖି ତାଙ୍କୁ ଖେଳ ଦିଗରେ ଅଧିକ ଉତ୍ସାହିତ କରିଥିଲେ । ଏହା ପରେ ସେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ଜିତିଥିଲେ । ୧୯୬୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଡିସ୍କସ ଥ୍ରୋରେ ଭାଗ ନେଇ ରୌପ୍ୟପଦକ ଜିତିଥିଲେ । ପରେ ବ୍ୟାଙ୍କକକରେ ୧୯୬୬ ଓ ୭୦ରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିଲେ ।

Leave a Reply

Your email address will not be published.