ବଏକଟ୍‌ ଟ୍ରେଣ୍ଡକୁ ନେଇ ଏପରି କହିଲେ ଶାହାରୁଖ ଖାନ

ମୁମ୍ବାଇ,(ନାଗରାଜ ନ୍ୟୁଜ):: ଖରାପ ସମୟ ଦେଇ ଗତି କରୁଛି ବଲିଉଡ ଇଣ୍ଡଷ୍ଟ୍ରି । ବକ୍ସ ଅଫିସରେ ଗୋଟାଏ ପରେ ଗୋଟାଏ ଫିଲ୍ମ ଫ୍ଲପ୍ ହେବାରେ ଲାଗିଛି । ଫିଲ୍ମ ଫ୍ଲପ ହେବାର କାରଣ ବଏକଟ୍‌ ବୋଲି କୁହାଯାଉଛି । ଏହି ସମୟରେ ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏହି ଟ୍ରେଣ୍ଡ୍ ବିଷୟରେ ପ୍ରକାଶ କରିଛନ୍ତି । ଭାଇରାଲ୍ କ୍ଲିପ୍ ରେ ଶାହରୁଖ କହିଛନ୍ତିଯେ, ‘ବେଳେବେଳେ ଏହା ଭଲ ହୋଇଥାଏ । ଯଦି ଫିଲ୍ମଟି ତୁମେ ଭାବିଥିବା ଭଳି ନଚାଲେ, ଏକ ବାହାନା ମିଳିଯାଏ । ବାହାନା ଏହାଯେ ସାମାଜିକ ବହିଷ୍କାର ହୋଇଥିଲା ଏଥିପାଇଁ ଚାଲିଲାନି।’

ଏହାପରେ ସେ ଆହୁରି କହିଛନ୍ତି, ଭାରତରେ ମୋତେ ଯେତେ ଭଲପାଆନ୍ତି । ତାହା ବହୁତ କମ ଲୋକଙ୍କୁ କରାଯାଇଛି । ଏବଂ ସେହି ଭଲପାଇବା ଗୋଟିଏ କଥାରେ କିମ୍ବା ଦୁଇଟି ଜିନିଷରେ ଭୁଲ ଠିକ୍ ଲୋକ ବୁଝନ୍ତି । ମୁଁ ଭାବୁନାହିଁ ଏହା ମୋ ଫିଲ୍ମ ଉପରେ କୌଣସି ପ୍ରଭାବ ପକାଇଛି କି, ଆଗକୁ ମୋତେ ଆଉ ମୋ ଫିଲ୍ମକୁ କେବେ ପ୍ରଭାବିତ କରିବ ।

Leave a Reply

Your email address will not be published.