କରୋନାକୁ ନେଇ ଆଇଆଇଟି କାନପୁର ବୈଜ୍ଞାନିକ ମାନଙ୍କର ଭିନ୍ନ ବୟାନ

ନୂଆଦିଲ୍ଲୀ: ଆଇଆଇଟି କାନପୁର ବୈଜ୍ଞାନିକ କରୋନା ମହାମାରୀକୁ ନେଇ ଏକ ଏଭଳି ବୟାନ ଦେଇଛନ୍ତି ଯାହା ସମସ୍ତିଙ୍କ ହୋସ ଉଡାଇ ଦେଇଛି । ଅନ୍ୟପକ୍ଷରେ କରୋନାର ୩ୟ ଲହର କେବଳ କଳ୍ପନା ବୋଲି ଆଇସିଏମ୍‌ଆରର ମହାମାରୀ ଏବଂ ସଂକ୍ରାମକ ରୋଗ ବିଭାଗର ମୁଖ୍ୟ ଡ. ସମୀରଣ ପଣ୍ଡା କହିଛନ୍ତି । ଆଇଆଇଟି କାନପୁରର ବୈଜ୍ଞାନିକମାନେ ଏକ ଅଧ୍ୟୟନରେ କହିଛନ୍ତି କରୋନାର ୩ୟ ଲହର ଭାରତକୁ ଆଗାମୀ ଅକ୍ଟୋବର ମଧ୍ୟରେ ପ୍ରଭାବିତ କରିପାରେ । ଦେଶର ବିଭିନ୍ନ ଅଂଚଳରେ ଦେଖାଯାଇଥିବା କରୋନା ସ୍ଥିତି ନେଇ ବୈଜ୍ଞାନିକମାନେ ଏଭଳି ଅଧ୍ୟୟନ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । କରୋନା ଭାଇରସ ମହାମାରୀ ପ୍ରଥମ ସପ୍ତାହରେ ପିକ ସ୍ତରରେ ପହଂଚିଥିବା ବେଳେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।

କରୋନା ନେଇ ଅଧ୍ୟୟନ ପାଇଁ ଆଇଆଇଟି କାନପୁରର ବୈଜ୍ଞାନିକମାନେ ଗଣିତକୁ ଆଧାର କରିଥିଲେ । ବୈଜ୍ଞାନିକମାନେ କହିଛନ୍ତି ଯେ, ମହାରାଷ୍ଟ୍ରରେ କରୋନା ପିକ ସ୍ତରରେ ପହଂଚିଥିବା ବେଳେ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଛି । ବର୍ତ୍ତମାନ ଉତ୍ତର ପ୍ରଦେଶ, ଦିଲ୍ଲୀ, ଗୁଜରାଟ ଓ ପଶ୍ଚିମବଙ୍ଗ ଏବେ ପିକ୍ ରହିଛି ।

ଆଇଆଇଟି ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲଙ୍କ କହିବା ଅନୁସାରେ କୁମ୍ଭମେଳା ଏବଂ ନିର୍ବାଚନ ରାଲି ଯୋଗୁଁ କରୋନା ସଂକ୍ରମଣ ଅଧିକ ବ୍ୟାପିଥିଲା । ଆଇଆଇଟିର ଅଧ୍ୟୟନରେ କୁହାଯାଇଛି ପିକି ସମୟରେ ଉତ୍ତର ପ୍ରଦେଶରେ ଦୈନିକ ୩୫ ହଜାର, ଦିଲ୍ଲୀରେ ୩୦ ହଜାର ପର୍ଯ୍ୟନ୍ତ, ପଶ୍ଚିମବଙ୍ଗରେ ୧୧ ହଜାର, ରାଜସ୍ଥାନରେ ୧୦୦୦୦ ଓ ବିହାରରେ ୯୦୦୦ ସଂକ୍ରମିତ ଚିହ୍ନଟ ହେଉଥିଲେ ।

ପ୍ରଫେସର ମଣିନ୍ଦ୍ରଙ୍କ କହିବା ଅନୁସାରେ କରୋନାର ୨ୟ ଲହର ଜୁଲାଇ ଶେଷ ଯାଏଁ ଜାରି ରହିବ । ଓଡ଼ିଶା, ଆସାମ ଓ ପଂଜାବରେ କରୋନାର ପିକ ସମୟ କେବେ ଆସିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଅଧ୍ୟୟନ ଅନୁସାରେ ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ପିକ ସମୟ ଚାଲିଛି । ଅନ୍ୟପକ୍ଷରେ ହରିୟାଣାରେ ଏହା ଅତିକ୍ରାନ୍ତ ହୋଇସାରିଛି ।

Leave a Reply

Your email address will not be published.