ଆଜିର ରାଶିଚକ୍ର

ଆଜିର ପଞ୍ଜିକା

ଅଦ୍ୟ ଅଗଷ୍ଟ ମାସ ୨୯ ତାରିଖ ୨୦୨୨ ମସିହା(ସୋମବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ଅନଳ
ଭାଦ୍ର-ଶୁକ୍ଳପକ୍ଷ
ତିଥି- ଦ୍ଵିତୀୟା ଦିବା ଘ୦୩/୩୦ ଗତେ ତୃତୀୟା
ନକ୍ଷତ୍ର- ଉତ୍ତରାଫାଲ୍ଗୁନି ରାତ୍ରି ଘ୧୧/୫୮ ପର୍ଯ୍ୟନ୍ତ ତଦନ୍ତେ ହସ୍ତା
ଚନ୍ଦ୍ର- କନ୍ୟା
ଯୋଗ- ସାଧ୍ୟ
କରଣ – କୌଳବ
ସୌରମାସ- ସିଂହ ୧୩ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୦୧
ଯୋଗିନୀ ଉତ୍ତରେ ଦିବା ଘ୦୩/୩୦ ଗତେ ଅଗ୍ନିକୋଣେ
ବୃଷ ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୦ ମଧ୍ୟେ
ବାରବେଳା – ଦିବା ଘ ୦୨/୫୫ଗତେ ଘ୦୪/୨୭ ମଧ୍ୟେ
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୦୫ ମଧ୍ୟେ ଓ ଘ୧୦/୨୧ ଗତେ ଘ୧୨/୪୭ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୨୮ ଗତେ ଘ୦୪/୪୮ ମଧ୍ୟେ
ଅଦ୍ୟ ବୋଇତିକଖାରୁ ଦିବା ଘ୦୩/୩୦ ଗତେ ପୋଟଳ ଭକ୍ଷଣ ନିଷେଧ

ଆଜିର ରାଶିଚକ୍ର

ମେଷ

ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।

ବୃଷ

ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।

ମିଥୁନ

ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।

କର୍କଟ

ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।

ସିଂହ

ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।

କନ୍ୟା

ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।

ତୁଳା

ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।

ବିଛା

ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।

ଧନୁ

ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।

ମକର

ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।

କୁମ୍ଭ

ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।

ମୀନ

ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।

Leave a Reply

Your email address will not be published.