ପ୍ରତିଦିନ ଖାଆନ୍ତୁ କଦଳୀ, ମିଳିବ ବହୁ ଉପକାର

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): କଦଳୀ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏଥିସହିତ ଏହା ସମସ୍ତ ଋତୁରେ ମିଳୁଥିବା ଏକ ଫଳ । କଦଳୀ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତ୍ୟେକ ଦିନ ଗୋଟେ କଦଳୀ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲରେ ରହିଥାଏ । ଇମ୍ୟୁନିଟି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା କଦଳୀ ଖାଇବାର ଲାଭ ବିଷୟରେ –

ବ୍ଲଡ ପ୍ରେସର କଣ୍ଟ୍ରୋଲରେ ରହିଥାଏ:-

ପୋଟାସିୟମରେ ଭରପୁର କଦଳୀ ଖାଇବା ଦ୍ୱାରା ବ୍ଲଡପ୍ରେସର କଣ୍ଟ୍ରୋଲରେ ରହିଥାଏ । ଏହା ହୃଦ ରୋଗ ଭଲ କରିଥାଏ । ପ୍ରତିଦିନ ୧ଟି କଦଳୀ ଖାଇବା ଶରୀରର ପୋଟାସିୟମର ୯ % ଆବଶ୍ୟକତା ଯୋଗାଇଥାଏ । ତେଣୁ ଉଚ୍ଚ ରକ୍ତଚାପର ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ ।

ହୃତପିଣ୍ଡ ସୁସ୍ଥ ରହିଥାଏ:

କଦଳୀରେ ଭିଟାମିନ, ଆଇରନ, ଫାଇବର, ପୋଟାସିୟମ, ଫୋଲେଟ ଓ ଆଣ୍ଟି-ଅକ୍ସିଡାଣ୍ଟ ଇତ୍ୟାଦି ଭରପୂର ରହିଥାଏ । ଏହା ଶରୀରରେ ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି କ୍ଷେତ୍ରରେ ହୃଦଘାତ ଓ ଷ୍ଟ୍ରୋକ ହେବାର ଆଶଙ୍କା କମ ହୋଇଥାଏ ।

କ୍ୟାନସରରୁ ରକ୍ଷା ମିଳିଥାଏ:-

କ୍ୟାନସର ଏକ ମାରାତ୍ମକ ରୋଗ । ଏହାକୁ ଏଡାଇବା ପାଇଁ ଦୈନନ୍ଦିନ ଖାଦ୍ୟରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ କଦଳୀ ଖାଇବା ସର୍ବୋତ୍ତମ ବିକଳ୍ପ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଲେକ୍ଟିନ ଥାଏ ଯାହା କୋଷଗୁଡ଼ିକୁ ଫ୍ରୀ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଯଦି ପିଲାଟି ଦିନରୁ କଦଳୀ ଖିଆଯାଏ, ତେବେ କ୍ୟାନସର ରୋଗ ହେବାର ଆଶଙ୍କା ବହୁଗୁଣିତ କମ ହୋଇଥାଏ।

ସ୍ମରଣ ଶକ୍ତି ବଢିଥାଏ-:

ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ ।

Leave a Reply

Your email address will not be published.