‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରାଥମିକ ପର‌୍ୟ୍ୟାୟରେ ୨ଟି ସହର ପୁରୀ ଓ ଭୁବନେଶ୍ବରରେ ଆରମ୍ଭ ହୋଇଛି। ଏହି ୨ଟି ସହରର ୧.୮୦ ଲକ୍ଷ ଲୋକ ଉପକୃତ ହେବେ। ପର‌୍ୟ୍ୟାୟ କ୍ରମେ ରାଜ୍ୟର ସବୁ ଅଞ୍ଚଳରେ ଏହା କାର‌୍ୟ୍ୟକାରୀ ହେବ। ଭୁବନେଶ୍ବର ସାଲିଆ ସାହିରେ ପ୍ରଥମେ ଆରମ୍ଭ ହୋଇଛି। ପୁରୀକୁ ବହୁ ପର‌୍ୟ୍ୟଟକ ଆସୁଥିବାରୁ ସେଠାରେ ମଧ୍ୟ ଆରମ୍ଭ ହୋଇଛି। ଏହା ଦ୍ବାରା ପୁରୀରେ ପ୍ଲାଷ୍ଟିକ ପ୍ରଦୂଷଣ କମିବା ସହ ସମସ୍ତଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ୨୦୨୨ ସୁଦ୍ଧା ସବୁ ସହରାଞ୍ଚଳରେ ପାଇପ୍ରେ ପାଣି ମିଳିବ। ଏ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ। ଏହା ଦ୍ବାରା ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

Leave a Reply

Your email address will not be published.