କଟକ-ଭୁବନେଶ୍ୱରକୁ ବାହାର ରୋଗୀଙ୍କୁ ମନା ବାବଦରେ ସ୍ପଷ୍ଟୀକରଣ ରଖିଲେ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର((ଏନ୍‌ ନ୍ଯୁଜ୍‌)): କଟକ, ଭୁବନେଶ୍ୱରକୁ ବାହାର ଜିଲ୍ଲାର ରୋଗୀଙ୍କୁ ବ୍ୟାନ୍ ଚର୍ଚ୍ଚା ପ୍ରସଙ୍ଗ । ବ୍ୟାନ୍ କରାଯାଇନଥିବା ନେଇ ଆଉ ଥରେ ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । କୌଣସି ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ ।
କଟକ, ଭୁବନେଶ୍ୱରରେ ସର୍ବୋତ୍କୃଷ୍ଟ ଚିକିତ୍ସା ସୁବିଧା ଉପଲବ୍ଧ ହୋଇଥାଏ ।ଏଠାରେ ଚିକିତ୍ସା ହେବା ପାଇଁ ସମସ୍ତଙ୍କର ସଂପୂର୍ଣ୍ଣ ଅଧିକାର ରହିଛି । କେବଳ ରୋଗୀଙ୍କୁ ଆଣିବା ବେଳେ ଆବଶ୍ୟକ ଯତ୍ନ ପାଇଁ କୁହାଯାଇଛି ।ସମସ୍ତ ଆନୁଷଙ୍ଗିକ ସୁବିଧା, ଅକ୍ସିଜେନ ବ୍ୟବସ୍ଥା ଥାଇ ପଠାଇବାକୁ କୁହାଯାଇଛି । ଅନେକ କ୍ଷେତ୍ରରେ ଆବଶ୍ୟକ ସୁବିଧା ନଥାଇ ଆ ସୁଥିବା ରୋଗୀଙ୍କ ମୃତ୍ୟୁ ଘଟୁଛି । ଏସବୁକୁ ଦୂରେଇବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ପ୍ରଦୀପ୍ତ କହିଛନ୍ତି ।

Leave a Reply

Your email address will not be published.