ଫସଲବୀମା ପାଇବାରୁ ବଞ୍ଚିତ ଚାଷୀ

ବଲାଙ୍ଗୀର: ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତର ଚାଷୀମାନେ ଧାର କରଜ କରି ପ୍ରଧାନମନ୍ତ୍ରୀ ଫସଲବୀମା କରିଥିଲେ । ମରୁଡି ପରେ ମଧ୍ୟଝରିଆଲ ପଞ୍ଚାୟତର ୬ଟି ଗାଁର ଚାଷୀ ଫସଲବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି । ବୀମା କମ୍ପାନୀର ଅଣଦେଖା ଯୋଗୁ ଚାଷୀମାନେ ବୀମା ପାଇନାହାନ୍ତିଁ । ଏନେଇ ଚାଷୀମାନେ ଏକ ଦାବୀପତ୍ର ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଦେଇଛନ୍ତି । ଏହି ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.