ଭଗବାନଙ୍କୁ ବିଷ, ଅପମିଶ୍ରିତ ପୂଜା ସାମଗ୍ରୀ ବ୍ୟବସାୟୀ ଗିରଫ

କଟକ,୧୨|୯(ଏନ୍‌ ନ୍ଯୁଜ୍‌)ଆପଣ ବିଶ୍ଵା ରଖିଥିବା ଆପଣଙ୍କ ଆରାଧ୍ୟ ଭଗବାନଙ୍କୁ ବିଷ ଦେଉ ନାହାଁନ୍ତିତ । କଥାଟି ଅଡୁଆ ଲାଗିଲେ ବି ସତ ହୋଇଥାଇ ପାରେ । ଆପଣ ଦୋକାନ ବଜାରୁ ଦେବାଦେବୀଙ୍କ ପୂଜା ଲାଗି କିଣୁ ଥିବା ଘିଅ, ଗଙ୍ଗା ଜଳ ଓ ମହୁ ଆଦି ବ୍ରାଣ୍ଡେଡ ପୂଜା ସାମଗ୍ରୀ ନକଲି ହୋଇଥାଇ ପାରେ । ଆପଣ ବିଶ୍ୱାସ ରଖି ବଜାରରୁ କିଣି ଅପମିଶ୍ରିତ ବିଷକୁ ଭଗବାନଙ୍କୁ ସମର୍ପଣ କରିଥାଇ ପରନ୍ତି। ଏମିତି ଜଣେ ନକଲି ଅପ୍ରମିଶ୍ରିତକାରି ବ୍ୟବସାୟୀଙ୍କୁ କଟକ ମାଲଗୋଦାମ ଥାନା ପୁଲିସ ଧରିବାକୁ ସକ୍ଷମ ହୋଇଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ଚଣ୍ଡୀ ରାଓ । ସେ କଟକ ଜିଲ୍ଲା ସମତେ ଅନ୍ୟାନ୍ୟ ଜିଲ୍ଲାକୁ ଅପମିଶ୍ରିତ ସାମଗ୍ରୀ ସପ୍ଲାଇ କରୁଥିଲେ । ଦୀର୍ଘ ଦିନ ହେବ ମାଲଗୋଦାମ ଥାନା ଅଞ୍ଚଳରେ ବ୍ୟବସାୟ କରି ଆସୁଥିଲେ ବୋଲି ପୁଲିସ ସୂଚନା ଦେଇଛି । ଗିରଫ ଚଣ୍ଡୀ ରାଓଙ୍କୁ ମାଲଗୋଦାମ ଥାନ ପୁଲିସ୍ ପଚରା ଉଚରା କରି କୋର୍ଟ ଚାଲାଣ କରିବ ବୋଲି ଜଣା ପଡିଛି।

Leave a Reply

Your email address will not be published.